August 15, 2026

ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

IMG-20260814-WA0148
Share

 

 

 

ଅନୁଗୋଳ: ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଅନୁଗୋଳ ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଓ ଯାଞ୍ଚ କରିଛନ୍ତି।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ବ୍ୟବସ୍ଥା ଉପରେ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ ସୁନିଶ୍ଚିତ କରିବାକୁ ଅନୁଗୋଳ ପୋଲିସ ପ୍ରତିବଦ୍ଧ ବୋଲି କୁହାଯାଇଛି।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ