ଭୋଇଟିକ୍ରା ଅଙ୍ଗନଓ୍ବାଡି ସେଣ୍ଟରରେ ଜୋତା ,ପୋଷାକ ବିତରଣ
ଆଜି ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ଅଧିନ ହିର୍ଲିପାଲି ଗ୍ରାମପଂଚାୟତ ଭୋଇଟିକ୍ରା ଅଙ୍ଗନଓ୍ବାଡି ସେଣ୍ଟରରେ ପାଠ ପଢୁ ଥିବା କୁନିକୁନି ଛାତ୍ରଛାତ୍ରୀକୁଂ ରାଜ୍ୟ ସରକାର ତରଫରୁ ଜୋତା ଓ ପୋଷକ ବିତରଣ କରାଯାଇଛି |ସର୍ବମୋଟ ୧୬ ଜଣକୁ ବିତରଣ କରାଯାଇଛି |ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିର୍ଲିପାଲି ଗ୍ରାମ ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପ୍ରଧାନ ଯୋଗଦାନ କରି ବିତରଣ କରିଥିଲେ |ବିତରଣ ସମୟରେ ଅଂଗନବାଡି କର୍ମୀ ମିଇଥିଲା ପ୍ରଧାନ,ସହାୟକ ଜାହାଜ ବେହେରା ପ୍ରମୁଖ ଉପସ୍ତିତ ଥିଲେ |
