June 22, 2026

ଅନୁଗୋଳ ଜିଲ୍ଲାରେ “ନିଶା ମୁକ୍ତ ଅଭିଯାନ”ର ପଞ୍ଚମ ବାର୍ଷିକୀ ପାଳନ

IMG-20250814-WA0040
Share

 

 

14 /08/ 2025 ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନର ପଞ୍ଚମ ବାର୍ଷିକୀ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଯୁବପିଢିମାନଙ୍କୁ ଆହ୍ବାନ କରି ନଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକତ୍ରିତ ହେବା ସହ କେବଳ ସମୁଦାୟ, ପରିବାର, ବନ୍ଧୁମାନେ ନୁହେଁ, ନିଜେ ମଧ୍ଯ ନଶାମୁକ୍ତ ରହିବାକୁ ପ୍ରତିବଦ୍ଧ ହେବା, କାରଣ ପରିବର୍ତ୍ତନ ନିଜରୁ ଆରମ୍ଭ ହେବା ଉଚିତ। ଏହା ହିଁ ନିଶା ମୁକ୍ତ ଭାରତ ଅଭିଯାନର ସତ୍ୟପାଠ ଥିଲା ।ଏଥିରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଏବଂ ସମସ୍ତ ସର୍ବ ସାଧାରଣ ଅନୁଷ୍ଠାନ ଗୁଡିକରେ ନିଶା ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ଶପଥ ପାଠ କରାଯାଇଥିଲା । ସଚେତନତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଥାନା, ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ ଜନ ବହୁଳ ସ୍ଥାନରେ QR କୋଡ୍ ସହିତ ପୋଷ୍ଟର ସ୍ଥାପନ କରାଯାଇଛି ଯାହା ସ୍କାନ୍ କରି ଅନଲାଇନ୍‌ରେ ଶପଥ ପାଠ କରି ନିଶା ମୁକ୍ତି ଭାରତ ଅଭିଯାନରେ ସାମିଲ ହେବାର ସୁବିଧା ମିଳି ପାରିବ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ସ୍ବୟଂ ଶାସିତ ମହା ବିଦ୍ୟାଳୟ, ଅନୁଗୋଳଠାରେ ସେଲ୍‌ଫି ବ୍ୟବସ୍ଥା କରାଯାଇଥିଲା। ସରକାରୀ ସ୍ବୟଂ ଶାସିତ ମହା ବିଦ୍ୟାଳୟ, ଅନୁଗୋଳଠାରେ ଜିଲ୍ଲା ପ୍ରଶାସନ ତରଫରୁ ନିଶା ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ବିଭନ୍ନ ପ୍ରକାରର ପ୍ରତିଯୋଗୀତା ଯଥା ପ୍ରବନ୍ଧ ଲିଖନ, ସ୍ଲୋଗାନ, ପୋଷ୍ଟର, ରଙ୍ଗୋଲି ଆଦି ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର ଓ ସରକାରୀ ସ୍ବୟଂ ଶାସିତ ମହା ବିଦ୍ୟାଳୟ, ଅନୁଗୋଳ ର ଅଧକ୍ଷ୍ୟ ଡା. ନୀଳାଞ୍ଚଳ ପଟେଲ ଓ ସହକର୍ମୀଙ୍କ ପତ୍ୟକ୍ଷ ତତ୍ବାବଧାନରେ ଆୟୋଜନ କରଯାଇଥିଲା ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ