April 26, 2026

ଅଲ ଓଡିଶା ଟେଣ୍ଟ ହାଉସ ଓ ଲାଇଟ ସାଉଣ୍ଡ ମାଲିକ ସଂଘର ବୈଠକ।

IMG-20250814-WA0000
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଭବାନୀପାଟଣା ଟାଉନ ହଲ ଠାରେ ପ୍ରଥମ ଥର ମା’ମାଣିକେଶ୍ବରୀ ଟେଣ୍ଟ, ଲାଇଟ, ସାଉଣ୍ଡ ମାଲିକ ସଂଘ ତରଫରୁ ଅଲ ଓଡିଶା ଟେଣ୍ଟ ହାଉସ ଓ ସପ୍ଲାୟର ଅନର ୱେଲଫେୟାର ଏସୋସିଏସନର ପଞ୍ଚମ ଏକଜୁକେଟିଭ ବଡି ମିଟିଙ୍ଗ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ସଂଘ ତରଫରୁ ପ୍ରଥମେ ମା’ମାଣିକେଶ୍ବରୀଙ୍କ ମନ୍ଦିର ଯାଇ ଦର୍ଶନ କରିବାପରେ ସଂଘର ସମସ୍ତ ସଦସ୍ୟ ତୀରଙ୍ଗା ପତାକା ଧରି ମାଣିକେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା କାଢି ସହର ପରିକ୍ରମା କରିଥିଲେ। ଏହାପରେ ଟାଉନ ହଲରେ ପହଞ୍ଚି ଦିନ ପ୍ରାୟ ୧୨ ଟା ରୁ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅଲ ଓଡିଶା ସଭାପତି ଶ୍ରୀ ଅଟଳ ବିହାରି ଜେନା, ବସନ୍ତ ଦାସ, ରାମଦାସ ମେହେର, ପ୍ରଦୀପ କୁମାର ଭଟ୍ଟ, ପ୍ରବୋଧ ଦାସ, ଗୁରୁଚରଣ ଦାସ ଓ ଆର୍ତ୍ତଭଞ୍ଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏହି ଅବସରରେ କଳାହାଣ୍ଡିର ପାରମ୍ପରିକ ଘୁମୁରା ନୃତ୍ୟ ତଥା ଡ଼ାଲଖାଇ ନୃତ୍ୟ ଆଦିର ବିଭିନ୍ନ କଲାକାର ମାନଙ୍କ ଦ୍ଵାରା ପାରିବେଷିତ କରାଯାଇଥିଲା। ଏହାପରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଟେଣ୍ଟ ହାଉସ ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ମଞ୍ଚାସିନ ଅତିଥି ଗଣ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ଦିନ ପ୍ରାୟ ୩. ୩o ସମୟରେ ବୈଠକ ଶେଷ ହୋଇଥିଲା। ଏହି ବୈଠକରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ଟେଣ୍ଟ ହାଉସ ମାଲିକ ମାନେ ଯୋଗଦେଇଥିଲେ।