ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଗଞ୍ଜାମ ର ଗର୍ବ ଝିଅ ପାୟଲକୁ ସ୍ବର୍ଣ୍ଣ କଳ୍ପଜିତକୁ ରୌପ୍ୟ
ଗଞ୍ଜାମ=ପ୍ରଦିପ କୁମାର ପଣ୍ଡା
ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଗର୍ବ ଓଡ଼ିଆ ଝିଅ ପାୟଲ ନାହାକ (9ବର୍ଷ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ ପାତ୍ର ରୌପ୍ୟ ପଦକ ହାସଲ କରିଥିବା ଜଣା ପଡିଛି l ଅନୁଗୁଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବିଭାଗରେ ପାୟଲ ୨ଗୋଲଡ଼ ମେଡଲ ପାଇଥିବା ବେଳେ କଳ୍ପଜିତ ୧ଗୋଲ୍ଡ ୧ବ୍ରୋଞ୍ଜ ପଦକ ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି l ପାୟଲ ଓ କଳ୍ପଜିତ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି l ପାୟଲ ହେଉଛନ୍ତି ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ l ସେହିପରି କଳ୍ପଜିତ ହେଉଛନ୍ତି ଗଞ୍ଜାମ ଥାନା ଅଧିକାରୀଣି ନମିତା ପାତ୍ର ଓ ଦୁଷ୍ମନ୍ତ ପାତ୍ରଙ୍କ ପୁଅ l ପାୟଲ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ କଳ୍ପଜିତ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି ଉଭୟ ଇଂଲିଶ ମିଡ଼ିଅମ ସ୍କୁଲରେ ଅଧୟନ କରୁଥିବା ଜଣା ପଡିଛି l ଆସନ୍ତା ଅଗଷ୍ଟରେ ପାୟଲ ନେଶନାଲ ଖେଳିବାକୁ ଚେନାଇ ଯିବେ ବୋଲି ଜଣା ପଡିଛି l
