May 10, 2026

ଉମରକୋଟ ଠାରେ ବିଜେପି ର ନିର୍ବାଚନୀ ସମୀକ୍ଷା ବୈଠକ……

IMG-20240714-WA0013
Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ୨୦୨୪ ସାଧାରଣ ନିର୍ବାଚନ ର ସମୀକ୍ଷା ବୈଠକ ହୋଇଯାଇଛି ।ଏହି ବୌଠକ ସାତଟି ମଣ୍ଡଳ ର ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ନେଇ କରାଯାଇଥିଲା, ସାଧାରଣତଃ ନିର୍ବାଚନରେ ପରାଜୟ ପରେ ସମୀକ୍ଷା ବୈଠକ ହୋଇଥାଏ କନ୍ତୁ ଭାରତୀୟ ଜନତା ପାର୍ଟି ଏକ ଏଭଳି ପାର୍ଟି ନିର୍ବାଚନ ବିଜୟ ହାସଲ ପରେ ମଧ୍ୟ ସମୀକ୍ଷା ବୈଠକ ହୁଏ ।ଏହି ବୌଠକ ରେ ଉମରକୋଟ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ର ଯୋନ,ମଣ୍ଡଳ,ୱାର୍ଡ ଓ ବୁଥ୍ ସ୍ତରର ନିର୍ବାଚନ ଫଳାଫଳ ଓ ରଣନିତି କେତେ ସଫଳ ହୋଇଛି କେଉଁ ଠାରେ କୌଣସି ପ୍ରକାର କଛି ସମସ୍ୟା ଥିଲା କି? ଏଭଳି ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହୋଇଥିଲା ବିଜେପି ସରକାର ଲୋକଙ୍କ ସରକାର, ଜନତା ଜନାର୍ଦନ ଚାହିଁଲେ ଯେକୌଣସି ଦଳକୁ ଜିତାଇ ପାରିବେ, ହରାଇ ମଧ୍ୟ ପାରିବେ ଏହି ନିର୍ବାଚନ ରେ ଜଦିଓ କୌଣସି କ୍ଷେତ୍ରରେ କିଛି ଅସୁବିଧା ହୋଇଛି ତାହା ଆଗାମୀ ଦିନରେ ଯେମିତି ନହୁଏ ଏବଂ ବର୍ତ୍ତମାନ ଠାରୁ ମଧ୍ୟ ଆହୁରି କିପରି ଭଲହେବ ଏସବୁ ବିଷୟରେ କାର୍ଯ୍ୟକର୍ତା ଙ୍କୁ ମାର୍ଗଦର୍ଶନ କରାଇଥିଲେ ବୌଠକ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ।

ଏହି ବୈଠକର ମୁଖ୍ୟ ଆକର୍ଷଣ ଥିଲେ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଜତିନ ମହାନ୍ତି,ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଓଡିଶା ସରକାର ସ୍କୁଲ ଗଣଶିକ୍ଷା , ଆଦିବାସୀ ଜାତି ଓ ଜନଜାତି ବିଭାଗର, ସାମାଜିକ କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶ ବିଷୟି, ରାଜ୍ୟ ସମ୍ପାଦିକା ପୂର୍ଣିମା ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଶିବନାଥ ବାନାର୍ଜୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ମୋର୍ଚା ସମ୍ପାଦିକା ମନ୍ଦିରା ନାୟକ, ନଗର ସଭାପତି ଗୋପୀନାଥ ସାହୁ ,ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ସମ୍ପାଦକ ନୃସିଂହ ନାଥ ସାହୁ, ଜିଲ୍ଲା ଏସି ମୋର୍ଚା ଉପ ସଭାପତି ରମେଶ ଦାସ, ଜିଲ୍ଲା ଯୁବମେର୍ଚା ଉପ ସଭାପତି ସତ୍ୟ ବେହେରା,ଜିଲ୍ଲା ଯୁବମେର୍ଚା ସଂମ୍ପାଦକ ସନ୍ତୋଷ ଶର୍ମା, ନଗର ଯୁବ ମୋର୍ଚା ସଭାପତି ବାଦଲ ପଟ୍ଟନାୟକ, ଉମରକୋଟ ବିଧାନସଭା ମଣ୍ଡଳୀ ର ସାତଟି ଜାକ ମଣ୍ଡଳ ର ସଭାପତି, ସାଧାରଣ ସମ୍ପାଦକ ପଦାଧିକାରୀ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ବିଧାନସଭା ପ୍ରଭାରି ସୀମାଞ୍ଚଳ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।