September 19, 2026

ଗଡଜାତ ପରିକ୍ରମା ତରଫରୁ 11 ତମ ରଜ ମହୋତ୍ସବ ଅନୁଷ୍ଠିତ

IMG-20240614-WA0010
Share

 ଆଠଗଡ, ଆଠଗଡ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ମହାବୀର ପ୍ଲାଜ଼ା ଠାରେ ଏଗାର ତମ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବରେ ପ୍ରାରମ୍ଭରେ କୁନିକୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ, ଏହାପରେ ଶଙ୍ଖ, ହୁଳହୁଳି, ପୁଚି, ଝୋଟି, ପୋଡପିଠା, ମ୍ୟୁଜିକ ଚେୟାର ଏବଂ ଗଡଜାତ ଲିଟିଲ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ ଶତାଧିକ ଛାତ୍ରଛାତ୍ରୀ ତଥା ମହିଳା ଯୋଗଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ, ଜୁନିୟର ଓ ସିନିୟର ବିଭାଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଙ୍କୁ ପୁରସ୍କୃତ କରାଯାଇଥିଲା, ଏହି ସଭାରେ ଗଡଜାତ ପରିକ୍ରମା ର ସଭାପତି ପ୍ରାଣକୃଷ୍ଣ ଦାଶ ମୁଖ୍ୟା ଅତିଥି ଭାବେ ଯୋଗଦେଇ ରଜ ଉତ୍ସଭ ଓଡ଼ିଶାର ଗଣପର୍ବ ବୋଲି ଅବିହିତ କରିବା ସହିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଡ଼ ଶରତ ଚନ୍ଦ୍ର ମାଝୀ ଯୋଗଦେଇ କହିଲେ ଆଜି ଓଡ଼ିଶାର ଏହି ଗଣପର୍ବ ରେ ରଜଗୀତ କେମିତି ହଜି ହଜି ଯାଉଛି ବୋଲି ମତବ୍ୟକ୍ତ କରିଥିଲେ, ଏହି ସଭାରେ ରାଜଶ୍ରୀ ଏମ୍ପୋରୀୟମ ନିର୍ଦେଶକ ସଞ୍ଜୟ ଟାପାରିଆ ଏବଂ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ର ଅଧ୍ୟଖ୍ୟା ପୁଲିନ ମିଶ୍ର, ଶିକ୍ଷାବିତ ତଥା ଗଡଜାତ ପରିକ୍ରମା ର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗଡଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି, ରଜ ମହୋତ୍ସବ ଗଡଜାତ ପରିକ୍ରମା, ଇନର ହୁଇଲ କ୍ଳବ, ରାଜଶ୍ରୀ ଏମ୍ପୋରୀୟମ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ରାଜେଶ୍ୱରୀ ଗୋସ୍ୱାମୀ, ଦୀପାଳି ଦାଶ, ସୁବାସ ରାଉତ, ପ୍ରମୋଦ ବିଶୋଇ, ପ୍ରତିମା ପଣ୍ଡା,ସର୍ବେଶ୍ୱର ପଣ୍ଡା,ଜିତେନ୍ଦ୍ର କୁମାର ସ୍ୱାଇଁ, ରାଜା ସାହାଣୀ,ପୋଡପିଠା ପ୍ରତିଯୋଗିତା ରେ ପ୍ରଥମ ହୋଇଥିଲେ ସ୍ୱପ୍ନାରାଣୀ ବେହେରା, ଦ୍ୱିତୀୟ ପ୍ରଣତି ପଣ୍ଡା, ବିଜୟ ଲଷ୍ମୀ ପରିଡା, ସେହିପରି ଝୋଟିରେ ପ୍ରଥମ ରୋଜିନା ଦାଶ, ଦ୍ୱିତୀୟ ବର୍ଷା ପ୍ରିୟଦର୍ଶିନୀ ମହାନ୍ତି, ତୃତୀୟ ପ୍ରତିମା ବେହେରା, ପୁଚିରେ ପ୍ରଥମ ମନ୍ଦାକିନି ପ୍ରିୟଦର୍ଶିନୀ, ଦ୍ୱିତୀୟ ଅନୁଷ୍କା ଶ୍ରେୟାଲିପସା, ତୃତୀୟ ବିଶ୍ଵରୂପା ହୋତା, ହୁଳହୁଳି ଜୁନିୟର ରେ ପ୍ରଥମ ଏସ ମୂଲ୍ୟାଙ୍କନା, ଦ୍ୱିତୀୟ ମନ୍ଦାକିନୀ ପ୍ରିୟଦର୍ଶିନୀ, ତୃତୀୟ ଅନନ୍ୟା ପ୍ରିୟଦର୍ଶିନୀ, ସିନିୟର ହୁଳହୁଳି ରେ ପ୍ରଥମ ଜୁଲି ପତ୍ରି, ଦ୍ୱିତୀୟ ସ୍ୱପ୍ନାରାଣୀ ବେହେରା, କୃଷ୍ଣପ୍ରିୟା ମହାନ୍ତି, ଶଙ୍ଖ ଜୁନିୟର ରେ ପ୍ରଥମ ରୋଜାଲିନ ପ୍ରଧାନ, ଦ୍ୱିତୀୟ ମନ୍ଦାକିନୀ ପ୍ରିୟଦର୍ଶିନୀ, ଶଙ୍ଖ ସିନିୟର ପ୍ରତିଯୋଗିତା ରେ ପ୍ରଥମ ସ୍ୱପ୍ନରଣୀ ବେହେରା, ଦ୍ୱିତୀୟ ସ୍ନିଗ୍ଧା ମହାନ୍ତି, ତୃତୀୟ ପ୍ରତିମା ବେହେରା, ନୃତ୍ୟରେ ପ୍ରଥମ ଶକ୍ତିରୁପା ହୋତା, ଦ୍ୱିତୀୟ ବିଶ୍ଵରୂପା ହୋତା, ତୃତୀୟ ଆଦିତି ପାଢ଼ୀ, ଗଡଜାତ ଲିଟିଲ କୁଇନ ପ୍ରତିଯୋଗିତା ରେ ପ୍ରଥମ ଏସ ମୂଲ୍ୟାଙ୍କନା, ଦ୍ୱିତୀୟ ଇତିଶ୍ରୀ ରଣା, ତୃତୀୟ ମନ୍ଦାକିନୀ ପ୍ରିୟଦର୍ଶିନୀ ଙ୍କୁ ପୁରସ୍କୃତ କରାଯାଇଥିଲା,ଶେଷରେ ଗଣେଶ୍ୱର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ,

You may have missed