April 25, 2026

ବନମାଳି ଶତପଥୀ ଉମରକୋଟ ପୌରା ପରିଷଦ ର ନୂତନ ନିର୍ବାହୀ ଅଧିକାରୀ ………

IMG-20240614-WA0009
Share

ଉମରକୋଟ – ଶ୍ରୀ ବନମାଳି ଶତପଥୀ ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏହି ପଦବୀ ଦୀର୍ଘ ୫ ମାସ ଧରି ଖାଲି ପଡି ଥିଲା। ଉମରକୋଟ ବିଡିଓ ଏହାର ଦାୟିତ୍ଵ ରେ ଥିଲେ। ଓରିଶା
ପ୍ରସାଶନିକ ଅଧିକାରୀ ଶତପଥୀ ଏଥି ପୂର୍ବରୁ ପାରଳାଖେମୁଣ୍ଡି ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ଶତପଥି ୧୮/୩/୨୪ରେ ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଯୋଗ ଦାନ କରିଥିଲେ। କିନ୍ତୁ ନିର୍ବାଚନ ଆଚରଣବିଧି ଲାଗି ଥିବାରୁ ଜିଲ୍ଲା ପ୍ରଶାସନ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟ କୁ ସୁଚନା ପ୍ରଦାନ କରିଥିଲେ। ତେବେ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଧେଶ ମୁତାବକ ୭/୬/୨୪ଯାଏଁ ଶ୍ରୀ ଶତପଥି ତାଙ୍କ ଅଧିନରେ କାର୍ଯ୍ୟ କରୁ ଥିଲେ। ତେବେ ନିର୍ବାଚନ ଆଚରଣବିଧି ଉଠିବା ପରେ ସେ ଉମରକୋଟ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଭାବେ ଯୋଗ ଦାନ କରିଛନ୍ତି। ତେବେ ନିୟମିତ ପୌର ନିର୍ବାହୀ ଅଧିକାରୀ ନ ଥିବାରୁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉ ଥିଲେ। ଉମରକୋଟ ସହର କୁ ପରିଷ୍କାର ଓ ପଲିଥିନ ମୁକ୍ତ ସହର କରିବା ମୋର ପ୍ରାଥମିକତା ହେବ ବୋଲି ନୂତନ ନିର୍ବାହୀ ଅଧିକାରୀ କହିଛନ୍ତି। ଏବଂ ଏହି କାର୍ଯ୍ୟ ପାରଳାଖେମୁଣ୍ଡି ରେ କରି ସଫଳ ପାଇଛନ୍ତି ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ସହର ପଲିଥିନ୍ ମୁକ୍ତ ହେଇ ପାରିଛି ବୋଲି କହିଛନ୍ତି। ପୋର। ଦକ୍ଷା ରାଧା ଭତ୍ର।, ଯନ୍ତ୍ରୀ ହିଂମାଶୁ ଭୂଷଣ ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ନୂତନ ନିର୍ବାହୀ ଅଧିକାରୀ ଙ୍କୁ ଶୁଭେଛା ଜ୍ଞାପନ କରି ଥିଲେ।