ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ପାଳିତ ….

hanu
Share

ଅସ୍ତରଙ୍ଗ ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣମଣ ଗ୍ରାମ ନଦି କୂଳେ ଥିବା ହନୁମାନ ମନ୍ଦିର ରେ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ସହ ମହା ବିଷୁବ ସଂକ୍ରାନ୍ତି ରବିବାର ଦିନ ପାଳିତ ହୋଇ ଯାଇ ଅଛି । ଏହି ଉପଲକ୍ଷେ ହନୁମାନ ମନ୍ଦିର କମିଟି ତରଫରୁ ପୂଜା ଅର୍ଚ୍ଚନା ପାଈଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଉନ ଯାଇଥିଲା ଓ ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା ହନୁମାନ ମନ୍ଦିର ପୂଜା ସମାପ୍ତ କରା ଯାଇଥିଲା । ଆଖ ପାଖ ଅଞ୍ଚଳ ର ପାଞ୍ଚ ଶହରୁ ଉର୍ଦ୍ଧ ଭକ୍ତଙ୍କୁ ସ୍ୱାଦିଷ୍ଠ ପଣା ବଣ୍ଟନ କରା ଯାଇଥିଲା । ଏହି ସବୁ କାର୍ଯ୍ୟକୁ ଉଲ୍ଲାସ କୁମାର ନାୟକ,ଦୁଃଶାସନ ନାୟକ,କୁନା ନାୟକ,ମଙ୍ଗୁ ସାହୁ,ହରିହର ବାରିକ,ପ୍ରମୁଖ ପରିଚାଳନା କରିଥିଲେ । ରାତ୍ରରେ ଦୁଇ ଶହ ଭକ୍ତ ଙ୍କ ଲାଗି ପ୍ରସାଦ ସେବନ ସହ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ରହି ଅଛି ।
ସେହିପରି,ଅସ୍ତରଙ୍ଗ ବଜାର ର ବସ ଷ୍ଟାଣ୍ଡ ନିକଟରେ ଥିବା ତାରିଣୀ ମନ୍ଦିର ତରଫରୁ ମା ଙ୍କର ଜନ୍ମ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇ ଯାଇ ଅଛି । ରବିବାର ଦିନ ସଂକ୍ରାନ୍ତି ଥିବାରୁ,ବହୁ ଭକ୍ତ ମାନଙ୍କୁ ଦର୍ଶନ କରିବା ସହ ,ପୂଜକ ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରିଥିଲେ । ଅପରାହ୍ନ ବାର ଘଟିକା ସମୟ ରେ ପଣା ପାଣି ଭକ୍ତ ମାନଙ୍କୁ ବଣ୍ଟନ କରାଯାଇ ଥିଲା ଓ ଅପରାହ୍ନ ରେ ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା । ଏହା ବ୍ୟତୀତ ରାମଚନ୍ଦ୍ରପୁର,ଗ୍ରାମ ସମେତ ବ୍ଲକ ଅଞ୍ଚଳର ବହୁ ସ୍ଥାନରେ ହନୁମାନ ଜୟନ୍ତୀ ସହ,ଓଡ଼ିଆ ନୂତନ ବର୍ଷ ପାଳିତ ହୋଇ ଯାଏ ଅଛି ।
( ଦୁଃଶାସନ ନାୟକ ଅସ୍ତରଙ୍ଗ)