March 11, 2026

ଢ଼ୋଲପଡାରେ କିଶୋରୀ ବାଳିକାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ..

kko
Share

 

ଦେବଗଡ (ଢ଼ୋଲପଡା):କୈଶୋର ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏହି ସମୟର ନିଷ୍ପତ୍ତି ଆଗାମୀ ଭବିଷ୍ୟତ ପାଇଁ ମୂଲ୍ୟବାନ ଜୀବନ ଦର୍ଶନର ମୂକସାକ୍ଷୀ। ତେଣୁ କୈଶୋର ସ୍ୱାସ୍ଥ୍ୟ ପ୍ରତି ସମସ୍ତଙ୍କୁ ସଚେତନ କରାଇବା ଓ ଦକ୍ଷତା ବୃଦ୍ଧି ନେଇ ଆଜି ତିଲେଇବଣି ବ୍ଲକ୍ ର ଢୋଲପଡା ପଞ୍ଚୟତ ଠାରେ କିଶୋରୀ ବାଳିକାଙ୍କ ପାଇଁ ୨ ଦିନିଆଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଡିର ସ୍ନେହା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଗ୍ରାମ ଅଫିସର ପ୍ରଜ୍ଞା ତ୍ରୀପାଠି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ଆଲୋକ ପାତ କରିଥିଲେ।ଏହାପରେ ନିଜ ନିଜ ମଧ୍ୟରେ ପଚିଚୟ ପ୍ରଦାନ ପରେ ଦକ୍ଷତା ବୃଦ୍ଧି ନେଇ ଡା.ରାଜାରାମ ଷଡଙ୍ଗୀଙ୍କ ଦ୍ୱାରା ପ୍ରଶିକ୍ଷିଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ କୈଶୋର ବୟସର ସମସ୍ତ ଦିଗକୁ ନେଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ,ଦୃଢତା ଓ ଜୀବନ କୌଶଳ,ସୁସ୍ଥ ସ୍ୱାସ୍ଥ୍ୟ ପ୍ରଭୃତି ଉପରେ ବୁଝାଇ ଶରୀର ପରିବର୍ତ୍ତନ ନେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ବୁଝାଇଥିଲେ।ଏଥିରେ ବିଚଳିତ ବା ଭୟଭୀତ ନହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହିତ ସଂପର୍କ ରଖି ନିଜ ଭିତରେ ଦେଖା ଦେଉଥିବା ସମସ୍ୟାକୁ ସହଜରେ ଉପଚାର କରିହେବ ବୋଲି ବାଳିକା ମାନଙ୍କୁ ପ୍ରଜ୍ଞା ତ୍ରୀପାଠି ମଧ୍ୟ ବୁଝାଇଥିଲେ।ସଚେତନତା ସଭାରେ ଢୋଲପଡା,କଂସର,ଦୁଧିଆନାଳୀ ପଞ୍ଚାୟତର ବହୁ କିଶୋରୀ ବାଳିକା ଅଂଶ ଗ୍ରହଣ କରିଥିଲେ। ୨ ଦିନ ଧରି ଚାଲିବାକୁ ଥିବା ଏହି ଦକ୍ଷତା ବୃଦ୍ଧି ତାଲିମ ଶିବିରକୁ କ୍ଲଷ୍ଟର ସଂଯୋଜକ ଭାଗ୍ୟ ମନହିରା, କମ୍ୟୁନିଟି ମୋବିଲାଇଜର ବରୁଣ କଅଁର ଓ ଜୟ ପ୍ରକାଶ ମାଝୀ ପରିଚାଳନା କରିଥିଲେ।

You may have missed