ରାୟଗଡା ଜିଲ୍ଲା ପରଜା ସମାଜ ପୁଷପୁନି ଭେଟଘାଟ ୨୦୨୬

କାଶୀପୁର/ରାୟଗଡା (ରବି ରାଜ ବୈଦ୍ୟ)ସଂସ୍କୃତି, ପରମ୍ପରା, ଐତିହ୍ୟ, ଚାଲିଚଳଣି ବେଶଭୂଷା,ପ୍ରକୃତି ପୂଜା, ଭାଷା ଓ ଭାଇଚାରା ର ଗଣପର୍ବ ଆଦିବାସୀ ପରଜାଙ୍କ ଏକ ଆଦିମ ରୀତିରେ ପୁଷପୁନି ପର୍ବ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସଦର ନିକଟ ଗତିଗୁଡା ଠାରେ ରାୟଗଡା ଜିଲ୍ଲା ପରଜା ସମାଜ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପୁଷପୁନି ଭେଟଘାଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କାଶୀପୁର ବ୍ଲକ ୨୪ ଟି ପଞ୍ଚାୟତ ଅନ୍ତର୍ଗତ ପରଜା ସମ୍ପ୍ରଦାୟର ଲୋକେ ହଜାର ହଜାର ସଂଖ୍ୟାରେ ପୁଷପୁନି ଭେଟଘାଟ ଉପଲକ୍ଷେ ଏକତ୍ରିତ ହୋଇଥିଲେ।
ପ୍ରଥମେ କାଶୀପୁର ସଦର ଆଇଫାଡ଼ ଛକ ଠାରୁ ଆଦିବାସୀଙ୍କ ପାରମ୍ପାରିକ ବାଦ୍ୟ ଓ ଢେମସା ନୃତ୍ୟ କରି ଏକ ବିରାଟ ପଟୁଆରା ରେ ସହର ପରିକ୍ରମା କରି ଗତିଗୁଡା ପୁଷପୁନି ଭେଟଘାଟ ସଭାସ୍ଥଳକୁ ପହଞ୍ଚିଥିଲେ ଏବଂ ଆଦିବାସୀ ପରଜା ପରମ୍ପରା ଅନୁଯାୟୀ ଧରତୀ ମାଟି ମାଆ କୁଳଦେବୀଙ୍କ ପୂଜାର୍ଚନା ଶେଷ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅଭିଭକ୍ତ କରାପୁଟ ଜିଲ୍ଲା ରୁ ଆଦିବାସୀ ସମାଜର ଉତ୍ଥାନ ଓ କଲ୍ୟାଣ ଦିଗରେ ଉତ୍ସାର୍ଗୀ କୃତ ବିଶିଷ୍ଟ ସମାଜସେବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ କାଶୀପୁର ବ୍ଲକ ପରଜା ସମାଜ ର ମାନ୍ୟଗଣ୍ୟ ଙ୍କ ମଧ୍ୟରୁ ବ୍ଲକ ଆଦିବାସୀ ସମାଜ ସଭାପତି ଶିବ ମାଝୀ,ଜୟ ମାଝୀ, ମାନବ ଅଧିକାର ରକ୍ଷକ ଜିଲ୍ଲା ସମ୍ପାଦକ ସଦନ ମାଝୀ, ହିନ୍ଦା ମାଝୀ,ରାମ ମାଝୀ ଏବଂ ରାଜେନ୍ଦ୍ର ଦୁରିଆ,ଯୁବ ସମାଜ ସେବୀ ଅନିଲ ଜୈନ ଓ କରାପୁଟ ଜିଲ୍ଲା ରୁ ଦାସ ନନ୍ଦୀବାଲି, ସଦା ନାୟକ ଓ ଅନ୍ୟ ପ୍ରମୁଖ ଙ୍କୁ ଅତିଥିଭାବେ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ରାୟଗଡା ଜିଲ୍ଲା ପରଜା ସମାଜ ସଭାପତି ଶ୍ରୀମତୀ ସୁମନୀ ଝୋଡ଼ିଆ ଙ୍କ ନେତୃତ୍ୱ ରେ, ଉପସଭାପତି ଅଖିଳ ଝୋଡ଼ିଆ,ଶ୍ରୀମତୀ ଘାସେନ ଝୋଡ଼ିଆ,
ସମ୍ପାଦକ ଶଙ୍କର ପ୍ରଶାଦ ମୁଦୁଲି,
ଭବାନୀ ଶଙ୍କର ଝୋଡ଼ିଆ,
ନାଥ ଜାନି, ଜୁ୍ଧେଶ୍ୱର ଝୋଡ଼ିଆ, ରାଜେନ୍ଦ୍ର ମୁଦୁଲି, ଦୀନବନ୍ଧୁ ଝୋଡ଼ିଆ,ବାସୁଦେବ ଝୋଡ଼ିଆ ଏବଂ କାଶୀପୁର ବ୍ଲକ ପରଜା ସମାଜର ଜାନୀ, ମୁଦୁଲି, ଗାଉଁଟିଆ, ଧଙ୍ଗଡାମାଝି ଓ ବେଜୁଣୀ ଗୁରୁମାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲା।
