March 8, 2026

ବାଲିପଦରରେ ଐତିହାସିକ ହରିହର ଭେଟ ଓ ମକର ମିଳନ ଯାତ୍ରା ମହାସମାରୋହରେ ପାଳିତ

IMG-20260114-WA0058
Share

ବୁଗୁଡା: ତା ୧୪/୦୧/୨୬ : ବୁଗୁଡା ବ୍ଲକ୍ ଅନ୍ତର୍ଗତ

ବାଲିପଦର ଗ୍ରାମରେ ମକର ମିଳନ ଉତ୍ସବ ଅନୁଷ୍ଠିତ

ହୋଇଯାଇଛି । ଗ୍ରାମର ତିନି ମହାପ୍ରଭୁ ଶ୍ରୀ

ନୀଳକଣ୍ଠେଶ୍ବର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ରଘୁନାଥ

ସ୍ବତନ୍ତ୍ର ଭାବେ ପୁଷ୍ପ ସଜ୍ଜିତ ବିମାନରେ ଭକ୍ତଙ୍କ

ଗହଣରେ ଗ୍ରାମର କେନ୍ଦ୍ରସ୍ଥଳ ମକର ପଡିଆକୁ ଆସି

ମିଳନ ହୋଇଥିଲେ । ତିନି ମନ୍ଦିରର କର୍ମକର୍ତ୍ତା

ପୂର୍ଣ୍ଣଚନ୍ଦ୍ର ରଣା , ସଂଗ୍ରାମ କେଶରୀ ଗୁରୁ ଓ କେ.ଅଶୋକ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ କୋକରାମ ଜେନା ପରିଚାଳନା କରିଥିବା ବେଳେ ଯୁବ ସ୍ୱେଚ୍ଛାସେବୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ସ୍ଥାନୀୟ ପୋଲିସ୍ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ଆଖପାଖ ଅଞ୍ଚଳର ଲୋକକଳା ସାଂସ୍କୃତିକ ସଂଗଠନମାନେ ତିନି ଠାକୁର ସମ୍ମୁଖରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ମାନସିକଧାରୀ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କ ମିଳନ ବେଳେ ମୁଆଁ ଫିଙ୍ଗି ପରମ୍ପରା ବଜାୟ ରଖିଥିଲେ । ଗ୍ରାମର ମଙ୍ଗଳ ସକାଶେ ମେଳଣ ପରେ ତିନି ଠାକୁର ଏକତ୍ର ହୋଇ ଗ୍ରାମ୍ଯ ପରିକ୍ରମା କରିଥିଲେ । ବାଲିପଦରର ଏହି ପ୍ରାଚୀନ ହରିହର ଭେଟ ବେଳେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ମହୁଲପଲ୍ଲୀ,ଝୋଲରୀ,ଏକଡାଳ,ଖରିଡା, ସାନଖୋଲି ଓ ବାଲିପଦର ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ସହଯୋଗ କରିଥିଲେ ।