September 9, 2026
IMG-20260114-WA0057
Share

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅନ୍ତର୍ଗତ ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଇବାକୁ ଆସିଥାନ୍ତି । ବାଘମାରୀ ର ମକର ମେଳା ପାଇଁ ଏକାଦଶ ରୁଦ୍ର ବା ବା ହଟକେଶ୍ୱରଙ୍କ ପବିତ୍ର ପୀଠ ହୋଇପଡିଛି ଚଳଚଞ୍ଚଳ । ଅଟ୍ରି ଉଷ୍ଣପ୍ରସବଣ ଏହି ପାଣି ପାଇଁ ଯେତିକି ଓଡ଼ିଶା ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ ।

ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ବାବା ହଟକେଶ୍ୱରଙ୍କ ପାଖରେ ମାନସିକ କରି ମାନସିକକୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ବାଘମାରୀ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଛି ।