ଧନୀଙ୍କୁ ନ୍ୟାୟ ମିଳିବ କେବେ?

ହଁ ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ବିଳାସପୁର ପୋଷ୍ଟ ପାଣିଓରା ଗ୍ରାମର ସ୍ବର୍ଗତ ଶଶୀମଣୀ ମହାରଣା ଏବଂ ଲୋକନାଥ ମହାରଣାଙ୍କ ଝିଅ ଧନୀ ମହାରଣା l ଶଶୀମଣୀଙ୍କ ର କୌଣସି ପୁତ୍ର ନଥିବାରୁ ସେ ବ୍ରହ୍ମଗିରି ବ୍ଲକ ମଣପଡା ଗ୍ରାମର ଧବଳେଶ୍ୱର ମହାରଣାଙ୍କୁ ଘରଜ୍ୱାଇଁ ଭାବେ ଗ୍ରହଣ କରିଥିଲେ l ଶଶୀମଣୀ ଏବଂ ଲୋକନାଥଙ୍କର ଦେହାନ୍ତ ହେବାପରେ ଧନୀଙ୍କ ଝିଅ ବିବାହ କରି ଶାଶୂଘର ଚାଲିଗଲାପରେ ପୁଅ ବାଙ୍ଗାଲୋର ରେ କାର୍ଯ୍ୟରତ ସ୍ୱାମୀ ଧବଳେଶ୍ୱର ପୁରୀରେ ନିଜର କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଛନ୍ତି l କିନ୍ତୁ ଦୁଃଖର ବିଷୟ ହେଲା ଧନୀ ରହୁଥିବା ଘର ଶଶୀମଣୀଙ୍କ ନାମରେ ଥିବାବେଳେ କଣାସ ବ୍ଲକ ଜଙ୍ଗର ଗ୍ରାମର ସ୍ବର୍ଗତ ଭାସ୍କର ସ୍ୱାଇଁଙ୍କ ପୁତ୍ର ମିଟୁ ସ୍ୱାଇଁ ଏବଂ ଟୁଟୁ ସ୍ୱାଇଁ ଜୋରଜବରଦସ୍ତ ଗୁଣ୍ଡା ଲଗାଇ ଧନୀଙ୍କ ଘରକୁ ଭାଙ୍ଗି ଦେଇଛନ୍ତି l ଏବେ ଧନୀ ଖୋଲା ଆକାଶ ତଳେ ରହୁଥିବା ବେଳେ ବର୍ଷା ଶୀତରେ କାହା ବାରଣ୍ଡାରେ ବିଶ୍ରାମ ନେଉଛନ୍ତି l ଏପଟେ ନ୍ୟାୟ ପାଇବାପାଇଁ ଧନୀଙ୍କ ସ୍ୱାମୀ ଧବଳେଶ୍ୱର ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ଠାରୁ ସତ୍ୟବାଦୀ ଥାନା ଏସପିଙ୍କ କାର୍ଯ୍ୟାଳୟ, କୋର୍ଟ କଚେରୀ ଦଉଡି ଦୌଡ଼ି ହତାଶ ହୋଇ ନିଜ କର୍ମ କ୍ଷେତ୍ର ରେ ଠିକରେ କାର୍ଯ୍ୟ କରିପାରୁନାହାନ୍ତି l ଆଗକୁ ଦେଖିବାକୁ ରହିଲା ଧନୀକୁ ନ୍ୟାୟ ମିଳୁଛି କେବେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
