April 27, 2026
ajiro khabar
Share

 

 

ଜାନୁଆରୀ ୧୮ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା, ୧ ଲକ୍ଷ ୭୮ ହଜାର ୩୯୮ ଜଣ ପାଇବେ ପ୍ରଥମ କିସ୍ତି।

 

ଆଜିଠାରୁ ଦିନ ବଡ଼ହେବ ଓ ରାତି ଛୋଟ ହେବ।

 

ରାଜ୍ୟରେ ଆସନ୍ତା ତିନିଦିନ ପ୍ରବଳ ଶୀତ ଓ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କଲା।

 

ପ୍ରଭୂ ଲିଙ୍ଗରାଜଙ୍କ ସହ ଖେଳ। ବ୍ରାହ୍ମଣ ନିଯୋଗ ସହ ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ନୀତିକାନ୍ତି ବନ୍ଦ ରହିବ।

 

ଯୁକ୍ତ ଦୁଇ ପରୀକ୍ଷାର ଖାତା ଦେଖା ଏଥର ଅନ୍‌ଲାଇନ୍‌ରେ ହେବ।

 

ଚାରିଟି ରାଜ୍ୟସଭା ଆସନ ପାଇଁ ଚାଲିଛି ଛକାପଞ୍ଝା ଓ ଲବି।

 

ଏସଆଇଆର ପାଇଁ ରାଜ୍ୟ ପ୍ରସ୍ତୁତ। ବଢ଼ିଲା ୭ ହଜାର ମତଦାନ କେନ୍ଦ୍ର, ପ୍ରତି ବୁଥରେ ରହିବେ ୧୨୦୦ ମତଦାତା।

 

କେନ୍ଦୁଝରରେ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ସରକାର। ଜିଲ୍ଲା ପାଇଁ ଖର୍ଚ୍ଚ ହେବ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା।

 

ଟାଟା ପାୱାର ଦ୍ୱାରା ସୌଭାଗ୍ୟ ଓ ଆଇପିଡିଏସ୍‌ ଯୋଜନାରେ ୨୦୨୦ମସିହାରୁ ବେଆଇନ ମିଟର ଭଡ଼ା ଆଦାୟ କରୁଛି। ଉପଭୋକ୍ତାଙ୍କ ପିଟିସନ ଉପରେ ସରକାରୀ ନୀରବତା।

 

୧୫୦ କୁଇଣ୍ଟାଲରୁ କମ ଧାନ ବିକୁଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା। ବଡ ଚାଷୀଙ୍କ ସହ ଭେଦଭାବ କଲେ ସରକାର।

 

ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ, ନିୟମ ଉଲଂଘନ କଲେ ବାଲି ଖାଦାନର ଲିଜ୍ ବାତିଲ ହେବ।

 

ଭୁବନେଶ୍ୱରର ନଅ ତାଲା ଓ ରାଜୀବ ଭବନ ଭାଙ୍ଗିଦେବେ ସରକାର। ବିଧାନସଭାକୁ କରାଯିବ ମ୍ୟୁଜିୟମ। ନୂଆ କୋଠା ତିଆରି ହେବ।

 

ଅଶାନ୍ତ ଭୁବନେଶ୍ୱରରେ ଗତ ୭ ଦିନରେ ୨୭୭ ଅପରାଧିକ ମାମଲା ରୁଜୁ ହୋଇଛି।

 

ଝାରସୁଗୁଡା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ। ଏସିରୁ ସର୍ଟ ସର୍କିଟ ହୋଇଥିଲା।

 

ସମ୍ବଲପୁର ଟିପୁପଡାରେ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇଜଣଙ୍କ ମୃତ୍ୟୁ।

 

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ କଟକ ହାଇକୋର୍ଟ।

 

ନୟାଗଡ଼ ଦଶପଲ୍ଲାରେ ପ୍ରେମିକାର ଧାରଣା। ପ୍ରେମିକ ସମେତ ପରିବାର ଲୋକ ଘରେ ତାଲା ପକାଇ ଫେରାର।

 

ସମ୍ବଲପୁର ଗସ୍ତବେଳେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କଲେ ନାହିଁ ମୁଖ୍ୟମନ୍ତ୍ରୀ।

 

ଆସନ୍ତା ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

 

ରାଜ୍ୟରେ ମକର ସଂକ୍ରାନ୍ତି ପାଳନ। ଦକ୍ଷିଣ ଓଡ଼ିଶାରେ ଭୋଗି ନିଆଁରୁ ଉତ୍ସବ ଆରମ୍ଭ।

 

ରାଜସ୍ଥାନରେ ପାଣି ହୋଇଯାଉଛି ବରଫ। ୟୁପି ଓ ଝାଡ଼ଖଣ୍ଡ ପାଇଁ ଶୀତ ଲହରୀ ୟେଲୋ ୱାର୍ଣ୍ଣିଂ ଜାରି।

 

ଉତ୍ତରାଖଣ୍ଡରେ ଭୂମିକମ୍ପ। ବାଗେଶ୍ୱରରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ।

 

ବିଜୟ ହଜାରେ କ୍ରିକେଟ ଟ୍ରଫିରେ ଦିଲ୍ଲୀକୁ ୭୬ ରନ୍‌ରେ ହରାଇ ସେମି ଫାଇନାଲରେ ବିଦର୍ଭ।

 

ଡବ୍ଲ୍ୟୁପିଏଲରେ ଗୁଜୁରାଟ ଜାଏଣ୍ଟସ୍ କୁ ୭ ଓ୍ବିକେଟ୍ ରେ ହରାଇଲା ମୁମ୍ବାଇ ଇଣ୍ଡିଆନସ।

 

୧୦ ମିନିଟରେ ସାମଗ୍ରୀ ଡେଲିଭରି କରୁଥିବା କମ୍ପାନୀଙ୍କ ଉପରେ ରୋକ। ଡେଲିଭରି ବୟଙ୍କ ପାଇଁ ସୁରକ୍ଷା।

 

ରୂପା ଦାମ ତିନିଲକ୍ଷ ପହଁଚିବ ବୋଲି ଅନୁମାନ।

 

ଆଜିଠାରୁ ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର।

 

ଟିକଟ ହିସାବ ପଦ୍ଧତି ଜଣାଇବାକୁ ମନାକଲା ରେଳବାଇ। ସୂଚନା ଅଧିକାର ପ୍ରଶ୍ନକୁ ମନାକଲା।

 

ଇରାନରେ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା।

 

ଆମେରିକା ଡ଼ରାଇଲା ପରେ ରୁଷରୁ ତୈଳ ଆମଦାନୀ କମାଇଲା ଭାରତ। ତୃତୀୟ ସ୍ଥାନକୁ ଖସିଲା।

 

ବାଂଲାଦେଶରେ ଗତ ୪୨ ଦିନରେ ଗଲାଣି ୧୨ ହିନ୍ଦୁଙ୍କ ଜୀବନ।

 

ଆଜି ମକର ସଂକ୍ରାନ୍ତି।

ଆଜି ବିଶ୍ଵ ତର୍କ ଦିବସ (logic)।

 

ଆଜି ଜନ୍ମଦିନ: ମହାଶ୍ୱେତା ଦେବୀ, ନାରାୟଣ କାର୍ତ୍ତିକେୟନ, ସୀମା ବିଶ୍ୱାସ, ଦୁର୍ଗା ଖୋଟେ।

 

ଇତିହାସରେ ଆଜି: (୧୫୧୪) ପୋପ ଲିଓ ୧୦ ଦାସତ୍ୱ ବିରୋଧରେ ଆଦେଶ ଦେଲେ/ (୧୭୬୦) ପଣ୍ଡିଚେରୀ କୁ ବ୍ରିଟିଶଙ୍କୁ ଦେଇଦେଲା ଫ୍ରାନସ/ (୧୭୬୧) ମରାଠା ଓ ଅହମଦ ଶାହ ମଧ୍ୟରେ ତୃତୀୟ ପାନିପତ ଯୁଦ୍ଧ/ (୧୯୦୭) ଜାମାଇକା ଭୂକମ୍ପରେ କିଙ୍ଗଷ୍ଟନ ଧ୍ବଂସ/ (୧୯୫୪) କୃପାଳୁ ମହାରାଜ ପଞ୍ଚମ ଜଗଦଗୁରୁ ହେଲେ/ (୧୯୬୯) ମାଡ୍ରାସ ର ନାମ ତାମିଲନାଡୁ ହେଲା/ (୧୯୯୯) ଦିଲ୍ଲୀରେ ବିମାନ ଚଳାଚଳ କମ୍ପ୍ଲେକ୍ସ ଉଦଘାଟିତ/ (୨୦୦୦) ବିଲ ଗେଟସ ନିଜ କମ୍ପ୍ୟୁଟର କମ୍ପାନୀକୁ ଷ୍ଟିଭ ୱାଲମେର ଙ୍କୁ ହସ୍ତାନ୍ତର କଲେ।

 

*🙏ବନ୍ଦେ ଉତ୍କଳ ଜନନୀ* 🪻🌻🪻

➖➖➖➖➖➖➖➖➖➖➖