May 11, 2026

ମହର୍ଷି ଦୟାନନ୍ଦ ବୈଦିକ ଯୋଗାଶ୍ରମର ୨୫ତମ ବାର୍ଷିକୋତ୍ସବ 

IMG-20250114-WA0083
Share

ବୁଗୁଡା : ତା ୧୪/୦୧/୨୫ : ସ୍ଥାନୀୟ ମହର୍ଷି ଦୟାନନ୍ଦ ବୈଦିକ ଯୋଗାଶ୍ରମର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ପବିତ୍ର ମକର ସଂକ୍ରାନ୍ତି ଦିବସ ଅବସରରେ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଯୋଗାଶ୍ରମ ସଭାପତି ଦୟାନିଧି ରାଉତଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତା ଅଧ୍ଯାପିକା ବିଦୁଷୀ ଉଷାରାଣୀ ପାଢୀ , ସମ୍ମାନିତ ଅତିଥି ଭାବେ ରାଇକିଆ ତପୋବନ ଆଶ୍ରମର ବାନପ୍ରସ୍ଥ , ବ୍ରହ୍ମପୁର ଆର୍ଯ୍ୟ ସମାଜ ସଭାପତି ଲକ୍ଷ୍ମୀଧର ପଣ୍ଡା ଓ ପୁରୋହିତ ହରିବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ବୈଦିକ ଭାବଧାରା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ପ୍ରାତଃ ଭ୍ରମଣ କାଳରେ ଓଁ ଧ୍ବଜା ଉତ୍ତୋଳନ , ପୂର୍ବାହ୍ନରେ ସାମବେଦ ପାରାୟଣ ଦେବଯଜ୍ଞ, ସତସଙ୍ଗ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶ୍ବକର୍ମା ଶାସ୍ତ୍ରୀ ହୋମକର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ସମ୍ପାଦକ ବିପିନ ବିହାରୀ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଉପସଭାପତି ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସଦସ୍ୟା ସୁକାନ୍ତି ରାଜଗୁରଙ୍କ ସମେତ ଅନ୍ୟ ସଦସ୍ୟଗଣ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।