August 27, 2026

ପ୍ଲାଷ୍ଟିକ ମୁକ୍ତ ହେବ ଉଷ୍ଣ ପ୍ରସବଣ ତପ୍ତପାଣି ପରିବେଷ ….

oijoij
Share


ପ୍ଲାଷ୍ଟିକ ମୁକ୍ତ ହେବ ଉତପ୍ତପାଣି l ଏମିତି ଏକ ପ୍ରୟାସ କରିଛି ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ଆଜି ପାରଳାଖେମୁଣ୍ଡି ବନବିଭାଗ ପକ୍ଷରୁ ବିଭିନ୍ନ ପର୍ଯଟନ ସ୍ଥଳୀ ଗୁଡିକ କିପରି ପ୍ଲାଷ୍ଟକ ମୁକ୍ତ ହୋଇ ପାରିବ ସେଥିପାଁଇ ଏକ ପ୍ରୟାସ କରି ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ପହଞ୍ଚିଥିଲେ ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ l ତପ୍ତପାଣି ଏକ ଉଷ୍ଣପ୍ରସବଣ ତଥା ସୀମାନ୍ତ ରେ ରହିଥିବା ଗଜପତି ଜିଲ୍ଲା ରେ ବିଭିନ୍ନ ପର୍ଯଟନ ସ୍ଥଳୀ ଥିବା ଯୋଗୁଁ ଏଠାକୁ ବହୁତ ପର୍ଯଟକମାନଙ୍କ ଭିଡ଼ ଜମିଥାଏ l ଯାହାଫଳରେ ଏହି ସ୍ଥାନ ଗୁଡିକରେ ଅଳିଆ ଆବର୍ଜନା ହେବାସହ ପଲିଥିନ ପ୍ଲାଷ୍ଟିକ ବୋତଲ ଇଥ୍ୟାଦି ଜମା ହୋଇ ପରିବେଶ ଦୂଷିତ ହୋଇଥାଏ l ତେଣୁ ନିଜେ ବନଖଣ୍ଡ ଅଧିକାରୀ ନିଜର ଟିମ କୁ ନେଇ ପହଞ୍ଚି ଥିଲେ ତପ୍ତପାଣିରେ l ତପ୍ତପାଣି କିପରି ପ୍ଲାଷ୍ଟିକ ମୁକ୍ତ ହେବ ସେଥିପାଇଁ ତପ୍ତପାଣି ର ଲୋକଙ୍କୁ ବୁଝାଇବା ସହିତ ପରିବେଶ କୁ ସଫା କରିଥିଲେ l