November 21, 2024

ବୁଗୁଡ଼ାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ 

Share

ବୁଗୁଡା : ତା ୧୪/୦୧/୨୩ : ଆସନ୍ତା ମାର୍ଚ୍ଚ ୫ ତାରିଖରେ ବୁଗୁଡ଼ାବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ୨୪ ପ୍ରହର ନାମଯଜ୍ଞ ଉପଲକ୍ଷେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଡଦାଣ୍ଡଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଏନ୍ଏସି ନଗରପାଳ ଚିତ୍ରସେନ ପ୍ରଧାନ ଯୋଗ ଦେଇଥିବା ବେଳେ ପୁରୋହିତ ଭାବେ ବିଭୂତି ତ୍ରିପାଠୀ ଓ ମନୋଜ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ଶୁଭଖୁଣ୍ଟି ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହାପରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଶୁଭଖୁଣ୍ଟିକୁ ବିରଞ୍ଚି ନାରାୟଣ ମନ୍ଦିର ଓ ବଳଦେବ ମନ୍ଦିରକୁ ନିଆଯିବା ସହ ନଗର ଭ୍ରମଣ କରାଯାଇ ପ୍ରସ୍ତାବିତ ନାମଯଜ୍ଞ ସ୍ଥଳ ନିକଟରେ ସ୍ଥାପନ କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ଆଗାମୀ ମାର୍ଚ୍ଚ ୫ରୁ୭ ପର୍ଯ୍ୟନ୍ତ ହେବାକୁ ଥିବା ଅଖଣ୍ଡ ନାମଯଜ୍ଞ ପୂର୍ବରୁ ୩ରେ କଳସ ଯାତ୍ରା ଓ ଅଙ୍କୁରାରୋପଣ , ୪ରେ ବିଶ୍ବଶାନ୍ତି ଘୃତଯଜ୍ଞ ଓ ନାମ ଅଧିବାସ କର୍ମ ଏବଂ ପରେ ୮ ତାରିଖରେ ନାମପୂର୍ଣ୍ଣ , ଦଧିଭାଣ୍ଡ ଭଞ୍ଜନ, ନଗର ଭ୍ରମଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମମାନ ହେବ ବୋଲି ଜଣାଯାଇଛି ।