April 24, 2026

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୪୮ ଜଣ ଛାତ୍ରଛାତ୍ରୀ

WhatsApp Image 2025-12-13 at 8.00.13 PM
Share

ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଶନିବାର ଦିନ ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ର ଷଷ୍ଠ ଶ୍ରେଣୀରେ ଅଧ୍ୟୟନ ପାଇଁ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କେନ୍ଦ୍ରରେ ବୁଗୁଡ଼ା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଫର୍ମ ପୂରଣ କରିଥିବା ୨୮୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୮ ଜଣ ପରୀକ୍ଷା ଦେଇଥିବା ବେଳେ ୩୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ଦାୟିତ୍ବ ନିର୍ବାହ କରିଥିଲା ବେଳେ ୧୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଇନଭିଜିଲେଟର ଭାବେ ନିୟୋଜିତ ରହିଥିଲେ । ଏହି ପରୀକ୍ଷା କେନ୍ଦ୍ରରେ ପର୍ଯ୍ଯବେକ୍ଷକ ଭାବେ ନବୋଦୟ ବିଦ୍ୟାଳୟ ତରଫରୁ ରବିନ୍ଦ୍ର କୁମାର ପ୍ରଧାନ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ବିଇଓ ଚିନ୍ମୟ ମହାପାତ୍ର ଯୋଗ ଦେଇଥିଲେ । ବ୍ଲକର ଏକ ମାତ୍ର ଏହି କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଥିବା ଜଣାଯାଇଛି ।

You may have missed