July 31, 2026
IMG-20251113-WA0039
Share

 

 

ପାରଳାଖେମୁଣ୍ଡି: ଓଡିଶା ସରକାର ଏବଂ ଆଦିତ୍ୟ ଏଜୁକେସନାଲ ସୋଷାଇଟି ( Gems Hospital, Srikakulam) ତରଫରୁ ପେସେଣ୍ଟ ରିଲେସନସ୍ ଆସୋସିଏଟ୍ ଏବଂ ୱେରହାଉସିଂ ଆସୋସିଏଟ୍ (ଫାର୍ମାସି) କୋର୍ସ ପାଇଁ ମାଗଣା ତାଲିମ ଦିଆଯିବ ଏବଂ ପରେ ଚାକିରିର ସୁଯୋଗ ଦିଆଯିବ ବୋଲି ଗଜପତି ଜିଲ୍ଲା ନିୟୋଜନ ଅଧିକାରୀ , ସୌଭାଗ୍ୟ ତ୍ରିପାଠୀ ଏକ ବିବୃତ୍ତିରେ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଶ୍ରୀକାକୁଲମ ଜିଲ୍ଲାର ରାଗୋଲୁ ଜେମ୍ସ ହସ୍ପିଟାଲରେ ଆବେଦନ କରିପାରିବେ। ମାଗଣା ତାଲିମ ସହିତ ମାଗଣା ରହିବା ଏବଂ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାଇଛନ୍ତି। ଓଡିଶା ରାଜ୍ୟର ଯେକୌଣସି ଜିଲ୍ଲାର ବାସିନ୍ଦା ପି.ଆର୍.ଏ. କୋର୍ସ ପାଇଁ ଯୋଗ୍ୟ। ପ୍ରାର୍ଥୀଙ୍କ ବୟସ 18 ରୁ 35 ବର୍ଷ ମଧ୍ୟରେ ହୋଇଥିବା ଉଚିତ ଏବଂ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ନିମ୍ନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ।

*8008889395, 7331118019*

You may have missed