ନିଆରାଢଙ୍ଗ ରେ ଜନ୍ମଦିନ ପାଳିଲେ, ସାରସ୍ୱତସାଧକ ହିମାଂଶୁ ଆଚାର୍ଯ୍ୟ

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ ଗତ ଗୁରୁବାର ଦିନ ଅପରାହ୍ନ ରେ, ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି, ବିଶିଷ୍ଟ ସ୍ତମ୍ଭକାର, ବାଗ୍ମୀ, ତଥା ସେବା ନିବୃତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ତାଙ୍କର ଛଅଷଠୀ ତମ ଜନ୍ମଦିନ ନିଆରା ଢଙ୍ଗ ରେ ପାଳନ କରିଥିବାର ଦେଖିବାକୁ ମିଳିଥିଲା l ଏହି ଉପଲକ୍ଷେ ଆୟୋଜିତ ସଭା ରେ ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋଇର୍ମୟୀ ମହାରଣା ସଭାପତିତ୍ବ କରିଥବା ବେଳେ, ମୁଖ୍ୟଅତିଥି ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ମୁଖ୍ୟବକ୍ତା ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଓ ସମ୍ମାନିତ ଅତିଥିଭାବେ ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣl ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇ ଶ୍ରୀ ଆଚାର୍ଯ୍ୟଙ୍କ ଦ୍ୱାରା ସବୁ ମହାପୁରୁଷ ମାନଙ୍କ ଜନ୍ମଦିନ ଓ ଶ୍ରାଦ୍ଧତ୍ସବ ପାଳନ କରାଯାଉଥିବା ବେଳେ ତାଙ୍କର ସାହିତ୍ୟ ସାଧନା, ସୃଜନଶିଳତା,ଓ ଆଦର୍ଶ ଜୀବନଚର୍ଜା ଉପରେ ନିଜନିଜର ମତ ଉପସ୍ଥାପନ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଏହି ଭିନ୍ନଧରଣର ଜନ୍ମଦିବସ ପାଳନ କୁ ସମସ୍ତେ ସ୍ୱାଗତ କରିବା ସହିତ ଉଚ୍ଚପ୍ରଶଂସା କରିଥିଲେ l ଏହି ଅବସରରେ ପନ୍ଦର ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷ ମାନଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ଥିଲା l ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବା ପରେ, ଏହାର ପ୍ରତିକ୍ରିୟା ରେ ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଏହି ମହାପୁରୁଷ ମାନଙ୍କ ଜୀବନୀ ପାଠ କରି ବିଦ୍ୟାର୍ଥୀମାନେ ତାଙ୍କର ନୀତି ଆଦର୍ଶ ଓ ଜୀବନଶୈଳୀ ରେ ଅନୁପ୍ରାଣିତ ହୋଇ, ବଡ଼ମଣିଷ ଓ ଭଲମଣିଷ ହେବା ନିମନ୍ତେ ତାଙ୍କର ଏହି ପ୍ରୟାସ l
