June 21, 2026

ଭାରତ ବନାମ ଅଷ୍ଟ୍ରେଲିଆ ଅନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚରେ ପ୍ରତିନିଧିତ୍ୱ କରିବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସୁଜଲ କେ. ସିଂ 

IMG-20241113-WA0054
Share

ସମ୍ବଲପୁର,(ରାଜାରାମଷଡ଼ଙ୍ଗୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଗତବର୍ଷର ଅଧିନାୟକ ତଥା ଡାହାଣ ହାତି ବ୍ୟାଟ୍ସମ୍ୟାନ ସୁଜଲ କେ. ସିଂ ଭାରତର ଜାତୀୟ ୟୁନିଭେର୍ସିଟି ଦଳରେ ସ୍ଥାନ ପାଇଥିବାରୁ ଖୁସିର ଲହର ଖେଳି ଯାଇଛି।ସୁଜଲ ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ତାରିଖ ଯାଏ ଖେଳାଯିବାକୁ ଥିବା ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହି ମ୍ୟାଚ ଗୁଡିକ ମୁମ୍ବାଇ ଓ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ l

ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କ୍ରୀଡା ଅଧିକାରୀ ଡ଼. ଅବିନାଶ କର ଙ୍କର ସୂଚନା ମୁତାବକ ସୁଜଲ ଙ୍କର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳରେ ଖେଳିବା ପ୍ରକ୍ରିୟା ରେ କୋଚିଂ, ରହଣି, ଯାତାୟାତ, କ୍ରୀଡା ସାମଗ୍ରୀ, କ୍ରୀଡା ପୋଷାକ ଇତ୍ୟାଦି ବାବଦ ରେ ପ୍ରାୟ ୮୮ହଜାର ଟଙ୍କା ଖର୍ଚ୍ଚ ହେବ l ଏହି ବିଷୟରେ ଆଜି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୁଳ ସଚିବ ଡ଼. ନୃପରାଜ ସାହୁ, ପିଜି କାଉନସିଲ ର ଅଧ୍ୟକ୍ଷ ତୁଷାର କାନ୍ତ ଦାସ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ବେହେରା, ସ୍ପୋର୍ଟ୍ସ କାଉନସିଲ ର ନିର୍ଦେଶକ ଡ଼. ଦେବେନ୍ଦ୍ର କୁମାର ମହାଳିକ, କ୍ରୀଡା ଅଧିକାରୀ ଡ଼. ଅବିନାଶ କର ଙ୍କର ଉପସ୍ଥିତ ରେ ଏକ ବିଶେଷ ବୈଠକ ବସିଥିଲା ଓ ସର୍ବସମ୍ମତି କ୍ରମେ ସୁଜଲ ଙ୍କର ଜାତୀୟ ବିଶ୍ୱବିଦ୍ୟାଳୟ ଦଳରେ ପ୍ରତିନିଧିତ୍ୱ ପାଇଁ ଯେଉଁ ଅର୍ଥ ଆବଶ୍ୟକ ହେବ ତଥା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବହନ କରିବ ବୋଲି ପ୍ରସ୍ତାବ ଅନୁମୋଦିତ ହୋଇଥଲା l ସୂଚନା ଯୋଗ୍ୟ ଯେ, ସୁଜଳ ଗତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଅଧିନାୟକ ଥିଲେ l ତାଙ୍କରି ନେତୃତ୍ୱ ରେ ଦଳ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିଲା।