October 15, 2026

ଅତାବିରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ..

IMG-20261013-WA0052
Share

 

 

ବରଗଡ,

 

 

 

 

ମଂଗଲବାର ଦିନ ବରଗଡ ଜିଲା ଅତାବିରା ସରସ୍ବତୀ କଲ୍ୟାଣ ମଣ୍ଡପରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି | ମେଳାରେ ଅତିଥି ବୃନ୍ଦଙ୍କୁ ମଧ୍ୟ ଓ ପ୍ରାଣୀପାଳକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମୁଖି ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶୋଭନ କୁମାର ନାୟକ,ଆତ୍ମା ଅଧ୍ଧ ମିଳନ ସେଠ, ସାଂସଦ ପ୍ରତିନିଧି ବିରେନ୍ଦ୍ର ନାରାୟଣ ହୋତା,ବିଡିଓ ରିପୁନାଥ ସୁନା,ଜିଲା ମତ୍ସ୍ୟ ଅଧିକାରିଣୀ ଜାନକି ବେହେରା ମଂଚାସୀନ ଥିଲେ |ବିବରଣୀ ପଠନ କରିଥିଲେ ବ୍ଲକ ପଶୁ ସଂପଦ ବିଭାଗୀୟ ଅଧିକାରୀ ରୁଦ୍ର ପ୍ରସାଦ ସାହୁ |କାର୍ଯ୍ୟକ୍ରମ ପରିଚାଳନ କରିଥିଲେ ମୁଗ୍ଧା ଦାସ |ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗଦେଇଥିଲେ |