ସୁକୁଟାପାଲିରେ ଜିଲା ଭିଲ ସମାଜର ବୈଠକ

IMG-20250913-WA0039
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ ଜିଲା ଅତାବିରା ବ୍ଲକ ଅଧିନ ସୁକୁଟାପାଲିରେ ଜିଲା ଭିଲ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ଜିଲା ଭିଲ ସମାଜର କର୍ମକର୍ତ୍ତା ମନୋନୀତ କରାଯାଇଥିଲା |ସର୍ବସମ୍ମତ କ୍ରମେ ସଭାପତି ବାସୁଦେବ ଦେହେରୀ,ଉପସଭାପତି ଭରତ ଦେହେରୀ,ସମ୍ପାଦକ ଲକ୍ଷ୍ମଣ ମଲ୍ଲିକ,ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଝାକଂର,କୋଷାଧ୍ଯକ୍ଷ କୃଷ୍ଣଚନ୍ଦ୍ର କୁଶଲିଆ ମନୋନୀତ ହୋଇଛନ୍ତି |ଭିଲ ସମାଜ କିପରି ଭାବରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା |ଭବାନୀ ଦେହେରୀ ଭିଲ ଜାତିକୁ ଓଡିଶା ଜନଜାତି ତାଲିକା ଭୁକ୍ତ ହେବାପାଇଁ ପୂର୍ବରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ |ଏହି ବୈଠକରେ ଜିଲା ଭିଲ ସମାଜର କର୍ମକର୍ତ୍ତା ଯୋଗଦେଇଥିଲେ ା