April 30, 2026

“ଉମରକୋଟ ଠାରେ ସାରସ୍ୱତ ଓ ଚନ୍ଦନଧାରା ” ପତ୍ରିକାର ପ୍ରସ୍ତୁତି ବୈଠକ………

IMG-20250913-WA0013
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ସ୍ତାନୀୟ ଫକୀରମୋହନ ପଠନଶାଳା,ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ  ଶ୍ରୀନିବାସ ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ସାରସ୍ୱତ “ପାଇଁ ଲେଖା ଆହ୍ଵାନ ଏବଂ ଏମ୍.ହିମାଂଶୁ ଆଚାରୀଙ୍କର “ଚନ୍ଦନ ଧାରା” ପୂଜାସଂଖ୍ୟା ଉନ୍ମୋଚନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ତତ୍ ସହିତ ରାଜ୍ୟ ସ୍ତରୀୟ ଦୈନିକ ଖବର କାଗଜ “ଅପରାହ୍ନ “ତରଫରୁ ଶ୍ରୀନିବାସ ପଟ୍ଟନାୟକ ଓ ଏମ୍ . ହିଂମାଶୁ ଆଚାରୀଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ବିଶେଷ କରି ଫକୀରମୋହନ ପଠନଶାଳା ,ଉମରକୋଟର ବାର୍ଷିକ ମୁଖପତ୍ର ସାରସ୍ୱତ ର ୧୮ତମ ସଂଖ୍ୟାକୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ” ଶିକ୍ଷା ଓ ସାହିତ୍ୟର ଯୁଗଳ ବନ୍ଦୀ” କରାଯାଉଥିବାରୁ ଲେଖକ ଲେଖିକା ମାନେ ଶିକ୍ଷା ଭିତ୍ତିକ ଲେଖା ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ସମ୍ପାଦକଙ୍କୁ ପଠାଇବା ପାଇଁ ଅନୁରୋଧ କରାଯାଉଛି।ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସାଗର କୁମାର ପରିଡ଼ା,ବିବେକାନନ୍ଦ ପଟ୍ଟନାୟକ,ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ, ମହାନନ୍ଦ ମହାଳିକ,ଶ୍ରୀମତୀ ନୟନବାଳା ମଲ୍ଲିକ ପ୍ରମୁଖ ବୈଠକରେ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।