July 24, 2026

 ମୋ ଘର ଯୋଜନା ରେ ସହାୟତା ପ୍ରଦାନ

bb48c20a-2131-4af4-99ca-288f94ae04fd
Share


……………………………
ଧରାକୋଟ,13/7/23
ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗରିବ ପରିବାର କୁ ଛାତ ଘର ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ ହୋଇଛି ମୋ ଘର ଯୋଜନା। ଏହି ଯୋଜନାରେ ଗରିବ ପରିବାରର ଲୋକଙ୍କୁ ବ୍ୟାଙ୍କ ମାଧ୍ୟମରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଦ୍ବିତୀୟ ବ୍ଲକ ଭାବରେ ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟର ଋଣ ସହାୟତା ରାଶି ଆଜି ଦୁଇଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶିଲ ପଟନାୟକ,ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜଗମୋହନ ପଞ୍ଚାୟତର ହିତାଧିକାରୀ ରିନା ବେହେରା ଓ ଧରାକୋଟ ପଞ୍ଚାୟତର ହିତାଧିକାରୀ ଝୁନୁ ଗୌଡ଼ ଙ୍କୁ ଏକ ଲକ୍ଷ ଟଙ୍କା ର ଧରାକୋଟ ଏସ ବି ଆଇ ଶାଖାର ଚେକ ପ୍ରଦାନ କରିଥିଲେ। ବ୍ଲକ ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହ ଘର କାମ ଅଧା ହେବା ପରେ ପୁଣି ଏକ ଲକ୍ଷ ଓ ଶେଷ ହେବା ପରେ ଏକ ଲକ୍ଷ୍ୟ ଟଙ୍କା ର ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଘୋଷଣା କରିଥିଲେ।
[20:03, 13/07/2023] Ganesh Bisoi Media: ମନୋଜ କୁମାର ସାହୁ

You may have missed