October 6, 2024

ଉଦଯାପିତ ହେଲା ପଳାସପୁରର ମା ଠାକୁରାଣୀ ଯାତ୍ରା

Share


ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପଳାସପୁର ଗ୍ରାମରେ ୨୧ ଦିନ ଧରି ଚାଲିଥିବା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ୨୧ ଦିନ ଧରି ବାପ ଘରେ ରହି ସାବିତ୍ରୀ ବ୍ରତ ସାରି ଭାରଥୁର ନେଇ ଶାଶୁ ଘର ଅର୍ଥାତ ନିଜ ମନ୍ଦିରକୁ ଫେରିଲେ ମାଆ ବୁଢ଼ୀ ଠାକୁରାଣୀ। ଗତ “ମେ” ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପାଇଁ ସାରା ଗ୍ରାମ ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ସହିତ ଦେଶ ବିଦେଶରେ ରହୁଥିବା ଗ୍ରାମବାସୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ପ୍ରତି ୨ ବର୍ଷରେ ଥରେ ପଳାସପୁର ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ଯାତ୍ରା ପାଇଁ ସାରା ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଗ୍ରାମଟି ଆଲୋକମାଳାରେ ସଜା ଯାଇଥିଲା । ଶହ ଶହ ଶ୍ରଦ୍ଧାଳୁ ଗ୍ରାମବାସୀଙ୍କ ସମାଗମରେ ଢୋଲ, ମହୁରୀ, ଘଣ୍ଟ, ମୃନ୍ଦଙ୍ଗ, ତାଳରେ ମାଆଙ୍କ ଘଟକୁ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା। ପ୍ରତିଦିନ ସକାଳୁ ସନ୍ଧ୍ୟାରେ ରୀତିନୀତି ଅନୁସାରେ ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ପୂଜାର୍ଚନା କରାଯାଉଥିଲା। ୦୫/୦୬/୨୦୨୪ ତାରିଖ ଦିନ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ସହିତ ବିରାଟ ପଟୁଆରରେ ମା’ଙ୍କ ଘଟ ସାହିକୁ ସାହି ପରିକ୍ରମା କରାଯାଇଥିଲା । ସମସ୍ତ ଗ୍ରାମବାସୀଙ୍କ ଘର ସମ୍ମୁଖରେ ମା’ ବିଜେ କରି ଭକ୍ତଙ୍କ ଠାରୁ ଦୀପ ଧୂପ ନୈବେଦ୍ୟ ଗ୍ରହଣ କରିଥିଲେ । ମା’ଙ୍କ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଥିଲା ସାରା ଗ୍ରାମ । ମାଙ୍କୁ ଦର୍ଶନ କରିବା ଲାଗି ଗ୍ରାମ ଏବଂ ଗ୍ରାମ ବାହାରୁ ବହୁ ଭକ୍ତ ଏଠାକୁ ଛୁଟି ଆସିଥିବା ଦେଖିବାକୁ ମିଳିଛି । ପିଲାଙ୍କ ମନୋରଞ୍ଜନ ପାଇଁ ଗ୍ରାମରେ ରାମଦୋଳି ସମେତ ମୀନା ବଜାର ମଧ୍ୟ ଯାତ୍ରା କମିଟି ପକ୍ଷରୁ ଖୋଲାଯାଇଥିବା ଦେଖିବାକୁ ମିଳିଛି । ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ପାଟପୁର ପୋଲିସ ସହଯୋଗ କରିବା ସହିତ ଯାତ୍ରା କମିଟି ପକ୍ଷରୁ ସିସି ଟିଭି କ୍ୟାମେରା ର ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ମାଙ୍କ ଏହି ଯାତ୍ରା ପାଇଁ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଘରେ ଘରେ ପିଠାପଣାର ଆସର ଜମିଥିବା ମଧ୍ୟ ଦେଖିବାକୁ ମିଳିଛି । “ମେ” ମାସର ୨୨ ତାରିଖ ବୁଧବାର ଠାରୁ ମା’ଙ୍କ ଯାତ୍ରା ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳାର ସହିତ ଜୁନ ମାସର ୧୧ ତାରିଖରେ ରେ ସମାପନ ହୋଇଥିଲା। ଯାତ୍ରାର ଶେଷ ସାତ ଦିନ ସାଂସୃତିକ କାର୍ଯ୍ୟକ୍ରମ ଧୁମଧାମ ରେ ପାଳନ କରାଯାଇଥିଲା । ଯାତ୍ରା କମିଟି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଉପ ସଭାପତି ବିଜୟ ମହାପାତ୍ର, ସମ୍ପାଦକ ମିଟୁ ରେଡ୍ଡୀ, କୋଷାଧ୍ୟକ୍ଷ ନୀଳମାଧଵ ସାହୁ, ସହ ସମ୍ପାଦକ କାଳିଆ ଗୌଡ଼ଙ୍କ ସମେତ ଗ୍ରାମର ଯୁବ ଗୋଷ୍ଠୀ ସମସ୍ତ ଗ୍ରାମବାସୀ ଓ କମିଟି ବୃନ୍ଦ ଉପସ୍ଥିତ ରହି ମାଆଙ୍କ ଏହି ଠାକୁରାଣୀ ଯାତ୍ରାକୁ ସମ୍ପୂର୍ଣ ସହଯୋଗ କରିଥିଲେ । ୧୧ ତାରିଖ ସନ୍ଧ୍ୟାରେ ମାଆଙ୍କୁ ଭାରଥୁର ଦେଇ ପଟୁଆରରେ ବାପ ଘରୁ ଶାଶୁ ଘରକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା । ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର