September 29, 2024

ଜାରୀ ରହିଛି ମତଦାନ : ଆଗ୍ରହର ସହ ଭୋଟ ଦେଉଛନ୍ତି ଭୋଟର

Share

ଗୁଣପୁର -ସାରା ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ଭୋଟ୍ ଦାନ ପ୍ରକ୍ରିୟା ସକାଳ ୭ ଟା ରୁ ଆରମ୍ଭ ହୋଇଛି । ସମସ୍ତ ଭୋଟର ଆଗ୍ରହର ସହ ମତଦାନ କେନ୍ଦ୍ର କୁ ଆସି ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ମୋଟ ୨୮୯ ଟି ବୁଥ କରାଯାଇ ଥିବା ବେଳେ ସେଥିରୁ ୧୯ ଟି ସଖୀ,୯ ଟି ଆଦର୍ଶ ବୁଥ ଓ ଗୋଟିଏ ଭିନ୍ନକ୍ଷମ ଙ୍କ ପାଇଁ ବୁଥ କରାଯାଇଛି । ମୋଟ ୧୭୩୪ ଜଣ ପୁଲିଙ୍ଗ କର୍ମଚାରୀ,୨୮୯ ଜଣ ପୁଲିସ କର୍ମଚାରୀ ମତଦାନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ରେ ୨ଲକ୍ଷ,୨୧ ହଜାର,୪୯୫ ଜଣ ଭୋଟର ରହିଛନ୍ତି । ଏଥି ମଧ୍ୟରୁ ୧ ଲକ୍ଷ ୬ ହଜାର ୬୮୪ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୪ ହଜାର ୭୬୨ ଜଣ ମହିଳା ଭୋଟର ଅଛନ୍ତି । ଗୁଣୁପୁର ବିଧାନସଭା ଆସନ ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଆଜି ଅତ୍ୟନ୍ତ ଆଗ୍ରହର ସହ ନୂତନ ଭୋଟର ମାନେ ମଧ୍ୟ ଉତ୍ସାହର ସହ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି ।(ସୁରେନ୍ଦ୍ର ମହାନ୍ତି )