April 25, 2026

କାନ୍ଥରେ ପଦ୍ମ ଆଙ୍କି ବୈଜୟନ୍ତ ବିଜେପି ର ପ୍ରଚାର କଲେ

IMG-20230513-WA0005
Share

*କାନ୍ଥରେ ପଦ୍ମ ଆଙ୍କି ବୈଜୟନ୍ତ ବିଜେପି ର ପ୍ରଚାର କଲେ ।।*

 

*କେନ୍ଦ୍ରାପଡ଼ା ଗରଦପୁର*

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବଙ୍ଗାଳପୁର ପଂଚାୟତ ଗସ୍ତ କରିଥିଲେ । ଏହି ପଂଚାୟତର ବାସୁଦେଇପୁର ଗାଁ ବୁଥ ନଂ ୧୯୩ ରେ ଶ୍ରୀ ପଣ୍ଡା ନିଜ ହାତରେ ତୁଳି ଧରି ବିଜେପିର ଚିହ୍ନ ପଦ୍ମଫୁଲ ଆଙ୍କି ଆଗାମି ଦିନରେ ବିଜେପି କୁ ଅଧିକ ଶକ୍ତିଶାଳି କରିବା ପାଇଁ ଏହି ଅବସରରେ ଉପସ୍ଥିତ ଥିବା ଦଳିୟ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଜନସାଧାରଣଙ୍କ ସହିତ ଭାରତିୟ ଜନତା ପାର୍ଟିକୁ ଅଧିକରୁ ଅଧିକ ଯୋଡ଼ିବା ପାଇଁ ଏହା ତାଙ୍କର ଏକ ପ୍ରୟାସ ବାଲି ସୂଚନା ଦେଇଥିଲେ । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲା ବିଜେପି ସଭାପତି କିଶୋର କୁମାର ପଣ୍ଡା , ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସୁନାକର ବେହେରା, ଜିଲା ବିଜେପି ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଜିତଲା ବିଜେପି ସମ୍ପାଦକ ପ୍ରଜେଶ ରଂଜନ ନାୟକ ଓ ମିହିର ସାମଲ ପ୍ରମୁଖ ଙ୍କ ସମେତ ସ୍ଥାନୀୟ ଅଂଚଳର ଶତାଧିକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଗୋକୁଳ