April 24, 2026

ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର

IMG-20260413-WA0021
Share

 

 

 

– ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଅନୁଗୋଳ ଡ଼ାକ୍ତରଖାନାକୁ ନିଆଯାଉଥିବାବେଳେ ଅଧାବାଟରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା।

ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ପାଇଁ ଅକାଳରେ ତିନିଜଣଙ୍କର ଜୀବନ ଚାଲିଯାଇଥିବାବେଳେ ଆଉ ତିନିଜଣ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଗାର କେଭି ତାର ତଳକୁ ଓହଳି ରହିଥିବା କାରଣରୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ମୃତ ଏବଂ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ବାଲିମୀ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You may have missed