November 23, 2024

ଲୋକ ଯାତାୟତ ରାସ୍ତାକୁ ଅବରୋଧ କରି ଘର ନିର୍ମାଣ କରବାରୁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ …

Share

କଲ୍ୟାଣସିଂହପୁର-୧୨/୪(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗ୍ରାମରେ ଲୋକ ଯାତାୟତ ରାସ୍ତାକୁ ଅବରୋଧ କରି ଗାଁର ଖଗ ମହାନନ୍ଦିଆ ଘର ନିର୍ମାଣ କରିବାରୁ ଗ୍ରାମବାସୀ ମିଳିତ ହୋଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ସମସ୍ଯା ଯଦି ସମାଧାନ କରା ନଯାଏ ଆଇନକୁ ହାତକୁ ନେବାପାଇଁ ପଛାଇବୁ ନାହିଁ ।କୌଣସି ଅପ୍ରିତିକର ସୃଷ୍ଟି ହୁଏ ତାହାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ମହିଳାଙ୍କ ଚେତାବନୀ ।
ଯାତାୟତ ରାସ୍ତାରେ ଘର ନିର୍ମାଣକରି ଅବରୋଧ କରିଥିବାରୁ ଖରଯୋଡ଼ା ଗ୍ରାମର ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଦଣ୍ଡାଧିକାରୀ ରଞ୍ଜନ କୁମାର ମାନସେଠ ଏକ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ତହସିଲଦାର ଅନୁପସ୍ଥିତ ରହିଥିବାରୁ ବରିଷ୍ଠ ରାଜସ୍ବ ସହାୟକ ବିଶ୍ୱନାଥ ଗମାଙ୍ଗ ଙ୍କୁ ପ୍ରଦାନ କରିଥିଲେ ।ଏହି ଅଭିଯୋଗ ପତ୍ରକୁ ତହସିଲଦାର ଙ୍କୁ ଦେବୀ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ପୂର୍ବ ପୁରୁଷରୁ ଗ୍ରାମର ସରକାରୀ ଜମି ଦେଇ ଲୋକମାନେ ମୁଖ୍ୟ ରାସ୍ତା କରି ବିଦ୍ୟାଳୟ , ନଦୀ ଓ ଗାଈଗୋରୁ ଚୋରାଇବା ପାଇଁ ନିଆଯାଉଥିଲା ।ଲୋକ ଯାତାୟତ ରାସ୍ତାକୁ ଅବରୋଧ କରି ସେଇ ରାସ୍ତା ଉପରେ ଗାଁ ଝଲକରାଇ ମହାନନ୍ଦିଆ ଘର ତିଆରି କରିବା ଯୋଗୁଁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେବାରୁ ଝଲକ କୁ ଉକ୍ତ ରାସ୍ତାରେ ଘର ନ କରିବାକୁ ବାରଣ କରିଥିଲେ ।ସେ ପୁଣି ଜୋର ଜବରଦସ୍ତ କରିବାରୁ ସେହି ସମୟରେ ଥିବା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ କୌଶଲ୍ୟା ଙ୍କୁ ଜଣାଇ ଥିଲେ ।ବ୍ଲକ ଅଧ୍ୟକ୍ଷ ଓ ଗ୍ରାମ ବାସୀଙ୍କ ଉପସ୍ଥିତିରେ ୧୯୯୭ ମସିହା ଜୁନ ୨୧ତାରିଖରେ ଉକ୍ତ ସ୍ଥାନରେ ଆଉ ଘର କରିବି ନାହିଁ ବୋଲି ମହାନନ୍ଦିଆ ଝଲକରାଇ ଲିଖିତ ଦେଇଥିଲେ ।ବର୍ତ୍ତମାନ ଝଲକରାଇ ଙ୍କ ମୃତ୍ୟୁ ପରେ ପୁଅ ଖଗ ମହାନନ୍ଦିଆ ପୁଣି ଉକ୍ତ ଲୋକ ଯାତାୟତ ରାସ୍ତାକୁ ଅବରୋଧ କରି ଘର ନିର୍ମାଣ କରିଛି ।ଏହାକୁ ନେଇ ଗ୍ରାମବାସୀ ପୂର୍ବ ତହସିଲଦାର ଦେବାଶିଷ କର ଓ ସୁଧାକର ରଇତ ଙ୍କୁ ଲିଖିତ ଦେବା ପରେ ରାଜସ୍ୱ ନିରୀକ୍ଷକ ଙ୍କୁ ପଠାଇ ପୁଲିସ ଉପସ୍ଥିତ ରେ ରାସ୍ତାର ମାପଜୁପ କରି ସେହି ସ୍ଥାନରେ ଘର ତିଆରି ନ କରିବା ପାଇଁ ବୁଝାଇ ଆସିଥିଲେ ।ଏହିପରି ପ୍ରତି ବର୍ଷ ଘର ତିଆରି କରୁଥିଲେ ତାହାକୁ ଅଭିଯୋଗ କଲେ ପୁଣି କାର୍ଯ୍ୟ ବନ୍ଦ କରିଦେଉଥିଲେ ।ବର୍ତ୍ତମାନ ପୁନର୍ବାର ଉକ୍ତ ଲୋକ ଯାତାୟତ ରାସ୍ତାରେ ଘର କରୁଥିବା ଯୋଗୁଁ ବିଦ୍ୟାଳୟ ଓ ଯାତାୟତ ରେ ବାଧା ସୃଷ୍ଟି ହୋଇଥିବାରୁ ଗାଁ ଲୋକ ବାରଣ କଲେ ମଧ୍ୟ କାହାକୁ ଖାତିରି ନକରି ଘର ନିର୍ମାଣ କରିବାରେ ଚାଲିଛି ଗାଁ ଲୋକ ଆଇନକୁ ହାତକୁ ନ ନେଇ ପୁନର୍ବାର ଗାଁର ମହିଳା ପୁରୁଷ ମିଳିତ ହୋଇ ତହସିଲ କାର୍ଯ୍ୟାଳୟ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସହ ପୁର୍ବରୁ ଦୁଇଟି ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିବା ସହ ପୁଲିସ କୁ ଜଣାଇ ଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରିନି । ଯଦି ତହସିଲଦାର ଓ ପୁଲିସ ଏହାର ସମାଧାନ ନକରନ୍ତି ତାହାହେଲେ ଆମେ ଗ୍ରାମବାସୀ ମିଳିତରେ ନିର୍ମାଣ କରୁଥିବା ଘରକୁ ଭାଙ୍ଗିଦେବୁ ଏଥିରେ କୌଣସି ଅପ୍ରିତିକର ସୃଷ୍ଟି ହୁଏ ତାହାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି । ଅଭିଯୋଗ ଦେବା ସମୟରେ ଗାଁର ପ୍ରଦୀପ କୁମାର ବାଗ, ଗିରିଧର କରକରିଆ, ମଙ୍ଗରା ବାଗ,ମାୟା ବାଗ, ସତ୍ୟ ହିଆଲ, ଲବ କୌଶଲ୍ୟା, ଗୋରିଆମଣି ବାଗ ,ସୁରୁ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ । ତହସିଲଦାରଙ୍କ ଟ୍ରେନିଂ ରେ ବ୍ୟସ୍ତ ରହିଥିବାରୁ ମତାମତ ମିଳି ପାରିନାହିଁ ।