November 16, 2024
Share

*ଖବର ଆଜିର*

ତାରିଖ ୧୩/୦୪/୨୦୨୩ ଗୁରୁବାର ।

ଆଇପିଏଲ ୨୦୨୩ ; ଟେବୁଲ ଟପ୍‌ରେ ରାଜସ୍ଥାନ; ୩ ରନ୍‌ରେ ହାରିଲା ଚେନ୍ନାଇ ।

 

ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି: ମାଗିଲେ ଅତିରିକ୍ତ ମାନବୀୟ ସହାୟତା ।

 

ଆରମ୍ଭ ହେଲା ନୀତୀଶଙ୍କ ମିଶନ, ବିରୋଧୀ ଦଳଙ୍କୁ ଏକାଠି କରିବା ଅଭିଯାନରେ କେଜ୍ରିୱାଲଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ।

 

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

 

ସମ୍ବଲପୁରରେ ରାଲି ଉପରକୁ ପଥରମାଡ଼; ୨ ଥାନା ଅଧିକାରୀଙ୍କ ସମେତ ୧୦ ପୁଲିସ କର୍ମୀ ଆହତ, ୧୪୪ ଧାରା ଜାରି ।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍‌‌ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବରିଷ୍ଠ ଅଧିକାରୀ ମାନଙ୍କୁ ସ୍ଥିତିର ତଦାରଖ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

ଦିନ ଥିଲା ଡିଜାଇନରମାନେ ସାଉଥ ଅଭିନେତା ଅଭିନେତ୍ରୀଙ୍କ ଡ୍ରେସ ଡିଜାଇନ ପାଇଁ ରାଜି ହେଉନଥିଲେ: ସାମନ୍ଥା ।

 

ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ ଖବର, କ୍ୟାନସରରେ ପୀଡିତ ଥିବା ଯୋଗୁଁ ଆଖିକୁ ଭଲରେ ଦିଶୁନଥିବା, ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଥିବା ମିଳିଛି ସୂଚନା ।

 

ରାଜସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମୟରେ ଦେଖିବାକୁ ମିଳିଲା ରୋଚକ ଘଟଣ, ପ୍ରଶଂସା ଆଳରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ।

 

ୟୁକ୍ରେନ୍‌-ଫେରନ୍ତା ମେଡିକାଲ ଛାତ୍ର ଭାରତରେ ପରୀକ୍ଷା ଦେଇପାରିବେ: ୟୁକ୍ରେନ୍‌ର ମନ୍ତ୍ରୀ ଝାପାରୋଭା ।

 

ରାହୁଲ ଗାନ୍ଧିଙ୍କ ପାଇଁ ନୂଆ ସଙ୍କଟ: ମାନହାନି ମକଦ୍ଦମା ରୁଜୁ କଲେ ସବରକରଙ୍କ ନାତି ।

 

ଡାକ୍ତରଖାନାର ଗୃହ ପ୍ରତିଷ୍ଠା, ରଥଯାତ୍ରାରୁ କାର୍ଯ୍ୟକ୍ଷମ ହେବ ବାଗ୍‌ଚୀ-ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ।

 

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ତ୍ରିପାଠୀ ବିଜେପୀ ପ୍ରାର୍ଥୀ ।

 

କରୋନା ଗ୍ରାଫ୍ ଉପର ମୁହାଁ; ମହାରାଷ୍ଟ୍ର, ଦିଲ୍ଲୀରେ ଦ୍ରୁତଗତିରେ ବଢୁଛି ସଂକ୍ରମଣ, ୨ଟି ରାଜ୍ୟରେ ୧୦ଜଣ ମୃତ ।

 

ଖରାପ ଫର୍ମ ସତ୍ତ୍ବେ ଆଇସିସି ଟି-୨୦ ରାଙ୍କିଙ୍ଗରେ ନଂ୧ ବଜାୟ ରଖିଲେ ସୂର୍ଯ୍ୟକୁମାର ଯାଦବ ।

 

ଟ୍ୱିଟର କିଣି ପସ୍ତଉଛନ୍ତି ଏଲନ ମସ୍କ!; କହିଲେ ଖୁବ୍ ଯନ୍ତ୍ରଣାଦାୟକ।

 

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ; ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ।

 

ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ବେଳେ ଗୁରୁତର ଆହତ ହେଲେ ସଞ୍ଜୟ ଦତ୍ତ ।

 

ସୁପ୍ରଭାତ ,ଶୁଭ ସକାଳ ।