ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱସ୍ଥ୍ୟ ସଚେତନତା ଶିବିର
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସ୍ଥିତ ଯଶୋଦା ଡିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସ୍ୱାସ୍ଥ୍ୟ ସଚେତନତା ଶିବିର ଉଦଯାପିତ ହୋଇଯାଇଛି l
ଏଥିରେ ଓଡିଶା ସ୍ୱାସ୍ଥ୍ୟ ଅଭିଯାନ ଆବାହକ ଗୌରାଙ୍ଗ ଚରଣ ମହାପାତ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ରହିଥିବା ପିୟୁଷ ଅନୁଷ୍ଠାନ ଓ 27ଗୋଟି ବିଭିନ୍ନ ଗ୍ରାମର ସ୍ବେଛାସେବୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ଭନ୍ଧିତ ଯୋଜନା ରହିଥିଲେ ମଧ୍ୟ ଗ୍ରାମାଞ୍ଚଳ ରେ ସେ ସମ୍ପର୍କରେ ଜନ ସାଧାରଣ ଅବଗତ ନଥିବା ଯୋଗୁଁ ତାର ଲାଭ ଉଠାଇପାରିନଥାନ୍ତି l ଉକ୍ତ ଯୋଜନା ଗୁଡିକର ଗ୍ରାମାଞ୍ଚଳ ରେ ସଚେତନତା ସୃଷ୍ଟି କରିବା ଉକ୍ତ ଶିବିର ର ମୁଖ୍ୟ ଉଧେଶ୍ୟ ବୋଲି ଅନୁଷ୍ଠାନ କର୍ତ୍ତ୍ୟୁପକ୍ଷ
ପ୍ରକାଶ କରିଥିଲେ l ତତ ସହିତ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଉପାଦେୟତା ସମ୍ଭନ୍ଧ ରେ ସ୍ବେଛାସେବୀ ମାନଙ୍କୁ ଅବଗତ କରାଯାଇଥିଲା l
ଶିଖ୍ୟାନୁଷ୍ଠାନ ର ସମ୍ପାଦକ ମଙ୍ଗରାଜ ପଣ୍ଡା ଉକ୍ତ ଶିବିରର ସଂଯୋଜନା କରିଥିବା ବେଳେ କଣ୍ଟିଆଗଡ଼ ସବ ସେଣ୍ଟର କମ୍ୟୁନିଟି ଅଫିସର ସସ୍ମିତା ଜେନା ଯୋଗଦେଇ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ l ହେଲ୍ପ ପ୍ରୋଗ୍ରାମ ସିନିୟର ପ୍ରୋଗ୍ରାମ ଆସୋସିଏଟ କେ. ଭାବନା ରାଓ, ସିନିୟର ପ୍ରୋଗ୍ରାମ ଆସୋସିଏଟ ବିଶ୍ୱ ସ୍ୱରୂପ ଦାଶ, ଅଭିଜିତ ଦତ୍ତା ସାଇଡ କୋଡିନେଟର ପ୍ରମୁଖ ଶିବିର ସୁପରିଚାଳନା କରିଥିଲେ l