May 14, 2026

ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ 

IMG-20250313-WA0002
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ନିଷ୍ପତ୍ତି ଇତିହାସ ହୋଇ ରହେ। ସେଭଳି ଇତିହାସ ରଚିଛନ୍ତି ସମ୍ବଲପୁର ସହର ନନ୍ଦପଡାର ଏକ ଦମ୍ପତି ।ଉତ୍ସର୍ଗ ଭଳି ଏକ ସାମାଜିକ ଅନୁଷ୍ଠାନର କାର୍ଯ୍ୟଧାରାରେ ସମର୍ପିତ ହୋଇ ଏହି ଦମ୍ପତ୍ତି ନିଜର ୧୯ ତମ ବିଭାହ ବାର୍ଷିକୀରେ ମାନ୍ୟବର କୋର୍ଟରେ ନିଜର ସହମତି ପ୍ରକାଶ କରି ନିଜ ନିଜ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଚୁକ୍ତି କରିଛନ୍ତି।

 

ଆଜି ନନ୍ଦପଡାର ରାମାଶିଷ ତ୍ରିପାଠୀ (୪୮) ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତାରାଣୀ ପଣ୍ଡା (୪୦) ନିଜର ୧୯ତମ ବିଭାହ ବାର୍ଷିକୀରେ ନିଜର ମୃତ୍ୟୁ ପରେ ସମଗ୍ର ଶରୀର ବୁର୍ଲା ଭୀମସାର ଏନାଟମି ବିଭାଗ କୁ ଦାନ କରିବେ ବୋଲି ଉତ୍ସର୍ଗ ମାଧ୍ୟମରେ କୋର୍ଟରେ ଚୁକ୍ତିନାମା ପତ୍ର ଦାଖଲ କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ନେଇ ଉଭୟ ପରିବାର ପରିଜନ ମଧ୍ୟ୍ୟ ଏଥିରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି।

 

ଏହି ଦମ୍ପତିଙ୍କ ନିଷ୍ପତ୍ତି ଓ ଅଭିଳାଷ ସମଗ୍ର ସମାଜ ପାଇଁ ଏକ ବାର୍ତ୍ତା ଓ ଉଚ୍ଚ ଶିକ୍ଷା ପାଇଁ ଏକ ପ୍ରେରଣାର ଉତ୍ସ ଭାବେ ବୁଦ୍ଦିଜୀବୀ ମହଲରେ ଭୁୟସୀ ପ୍ରଶଂସା ସାଉଁଟୁଥିବା ବେଳେ ବିଭାହ ବାର୍ଷିକୀରେ ଦମ୍ପତିଙ୍କ ନିଷ୍ପତ୍ତି ପାଇଁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି।