April 28, 2026

ପୂର୍ବତନ ନଗରପାଳ କେ ପ୍ରସାଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ..

lokkk
Share


ପୁରୀ ମୁନିସିପାଲିଟି ର ପୂର୍ବତନ ନଗରପାଳ କେ ପ୍ରସାଦଙ୍କ ତାଙ୍କ ବାସଭବନ ଠାରେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ସହିତ ଏକ ତୈଳଚ୍ଚିତ୍ର ଉନ୍ମୋଚନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ପୁରୀଜିଲ୍ଲା ମର୍ସ୍ୟଜୀବୀ ସଂଘର ସଭାପତି ବାବୁଲା ପ୍ରସାଦଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ରାଜ୍ୟ ବିଜୁ ଜନତା ଦଳ ଉପସଭାପତି ସୁନୀଲ କୁମାର ମହାନ୍ତି, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ର, କେ ବିଶ୍ୱନାଥ ରାଓଙ୍କ ସହିତ ଅନେକ ନେତୃବୃନ୍ଦ ଅଂଶଗ୍ରହଣ କରି କେ ପ୍ରସାଦଙ୍କ ପ୍ରତିମୂର୍ତ୍ତି o ତୈଳଚିତ୍ର ଉନ୍ମୋଚନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ପରେପରେ ଅତିଥିମାନେ କେ ପ୍ରସାଦ ଙ୍କ ସହିତ ନିଜର ଅନୁଭୂତି ଉପସ୍ଥିତ ଜନତାଙ୍କୁ ଶୁଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଦୁଇହଜାର ରୁ ଉର୍ଦ୍ଧ ଜନତା ଅଂଶଗ୍ରହଣ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed