ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଅବକାରୀ ଆଇନ
ଭୁବନେଶ୍ୱର ( ଦେବାଶିଷ ଦାଶ )
ସମସ୍ତ ପ୍ରଶାସନିକ ଓ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଏହି ଆଇନକୁ କଠୋର ଭାବେ ଅନୁପାଳନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି, ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଆହୁରି ଜୋରଦାର କରାଯିବ, ଅବୈଧ ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାରକୁ ସମୂଳ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ ହେବ, ବିଶେଷ କରି ରେଡ୍ ସମୟରେ ଏନଫୋର୍ସମେଣ୍ଟ ଟିମ୍ ସଦସ୍ୟମାନେ ବଡି କ୍ୟାମେରା ପିନ୍ଧିବେ, ଯାହା ଦ୍ୱାରା ସମସ୍ତ କାର୍ଯ୍ୟକଳାପ ଭିଡିଓରେ ରେକର୍ଡ ହେବ, ଏହି ଭିଡିଓ ପ୍ରମାଣକୁ କୋର୍ଟରେ ଦାଖଲ କରିପାରିବେ ତଦନ୍ତକାରୀ ଅଧିକାରୀମାନେ, ଫଳରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ସହଜରେ ଖସିପାରିବେନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ସେହିପରି ଅବକାରୀ ବିଭାଗକୁ ଆହୁରି ସଶକ୍ତ କରିବା ପାଇଁ କର୍ମଚାରୀ ଓ ଅଫିସରମାନଙ୍କୁ ସଶସ୍ତ୍ର ବାହିନୀ ରୂପେ ପରିଣତ କରିବା ପ୍ରକ୍ରିୟା ଚାଲିଥିବା ମଧ୍ୟ ସୂଚନା ମିଳିଛି, ଏହା ଦ୍ୱାରା ଅବୈଧ ନିଶା ବ୍ୟବସାୟ ଉପରେ ଅଧିକ କଠୋର ନିୟନ୍ତ୍ରଣ ସମ୍ଭବ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି l
