November 27, 2024

୬୬୨ ବର୍ଗ ରାଜ୍ୟ କର୍ମକର୍ତ୍ତାମାନଙ୍କ ୪ ଦଫା ଦାବୀ ପୂରଣ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ପାଖରେ ଗୁହାରି ଓ ସମୂହ ଦୀପଦାନ…

Share


ନିଖିଳ ଓଡ଼ିଶା ୬୬୨ ବର୍ଗ+୨ ଏବଂ+୩ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଦୀର୍ଘ ୧ ବର୍ଷ ଧରି ଭୁବନେଶ୍ୱର ଲୋୟର ପି ଏମ ଜି ଠାରେ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଏ ପଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ନିର୍ଭର ପ୍ରତିଶ୍ରୁତି ଅବା ପଦକ୍ଷେପ ନ ପାଇ , ରାଜ୍ୟ ସଂଗଠନ ଓ ପୁରୀ ଜିଲ୍ଲା ସଂଗଠନ ତରଫରୁ ରାଜ୍ୟ ସରକାର ଙ୍କ ଚୈତନ୍ୟ ଉଦୟ ଏବଂ ସଂଗଠନ ର ନ୍ୟାୟସଙ୍ଗତ ୫ ଦଫା ଦାବି ପୂରଣ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଓ ସମୁହ ଦୀପଦାନ କରିଥିଲେ। ଏଥିରେ ରାଜ୍ୟ ସଭାପତି ଗୋଲକ ନାୟକ, ରାଜ୍ୟ +୩ ସଂପାଦକ
ଡ଼ଃ ଗଗନ ବେଉରା
ଜିଲ୍ଲା ସଭାପତି ଜ୍ୟୋତ୍ସ୍ନା ବସ୍ତିଆ, ପୁରୀ ଜିଲ୍ଲା ସଂପାଦକ
ସୁରତ କୁମାର ସ୍ୱାଇଁ, ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି , ଦେବଦତ୍ତ ମିଶ୍ର ଓ ତତ୍ ସହିତ ସମ୍ବଲପୁର ର ଜିଲା ସଭାପତି ଅଶୋକ ପୁରୋହିତ, ବରଗଡ଼ ର ଜଗଦୀପ ଦେବତା , ଦେବେନ୍ଦ୍ର ମିଶ୍ର
ଓ ବିଭିନ୍ନ ଜିଲ୍ଲା ର ପ୍ରତିନିଧି ମାନେ ଆଜି ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କରି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ସରକାରଙ୍କୁ ଗୁହାରି କରିଥିଲେ l
୫ଦଫା ଦାବି ଗୁଡ଼ିକ ହେଲା
୧) ପେନସନ ପ୍ରଦାନ
୨) ସମାନ ଗ୍ରେଡ ପେ କୁ ସମାନ ଦରମା ପ୍ରଦାନ
୩)୨୦୧୮ ଜି ଓ କୁ ୭ମ ବେତନ
୪)ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା
୫) ବାଦ ପଡ଼ିଥିବା ସମସ୍ତ କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ପାଇଁ ସରକାର ଙ୍କୁ ନିବେଦନ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଗୁହାରି ଜଣାଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)