କାଶୀନଗର ଏନ.ଏ,ସିର ୧୨ ନମ୍ବର ୱାର୍ଡ ବାସିନ୍ଦା ଶଶୁର ନିରଞ୍ଜନଙ୍କୁ ମୁଖାଗ୍ନି ଦେଲେ ବୋହୂ ଓ ନାତି…

000000000000000hhh
Share

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ନମ୍ବର ୱାର୍ଡରେ ବସବାସ କରୁଥିବା ବ୍ୟବସାୟୀ ନିରଞ୍ଜନ ବେହେରା ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ବେଳେ ତାଙ୍କ ପତ୍ନୀ, ବୋହୂ ଓ ନାତି ରହିଥିଲେ। ତାଙ୍କ ଏକ ମାତ୍ର ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ସମସ୍ତେ ବିବାହିତ ଥିବା ଜଣାପଡିଛି। କିନ୍ତୁ ବାପାଙ୍କ ବିୟୋଗରେ ପୁଅ ସାନ୍ତୁନ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ବୋଉ ଜୟନ୍ତୀ ନାୟକ ଓ ନାତି ମୁଖାଗ୍ନୀ ଦେଇଥିବା ଏବେ କାଶୀନଗର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କାଶୀନଗର ଠାରେ ଏହି ଘଟଣା ପ୍ରଥମ ଥର ପାଇଁ ହେଇଥିବାରୁ ବୋହୂ ଜୟନ୍ତୀ ନେଇଥିବା ନିଷ୍ପତିକୁ କାଶୀନଗର ବାସି ଓ ଜନସାଧାରଣ ପ୍ରଶଂସା କରିଛନ୍ତି। ସୂଚନା ମୁତାବକ ନିରଞ୍ଜନଙ୍କ ଏକ ମାତ୍ର ପୁତ୍ର ସାନ୍ତୁନୁ ବେହେରାଙ୍କୁ କାଶୀନଗର ବାସିନ୍ଦା ରୁକୋମଣ ନାୟକଙ୍କ ଏକ ମାତ୍ର କନ୍ୟା ଜୟନ୍ତୀକୁ ବିବାହ କରିଥିଲେ। ହେଲେ ତାଙ୍କର ଗୋଟିଏ ପୁଅ ଥିବା ବେଳେ ସାନ୍ତୁନୁ ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରରୁ ବାହାରକୁ ଚାଲିଯାଇଥିଲେ। ନିରଂଜନଙ୍କ ଦୁଇଟି ଝିଅ ବିବାହ କରି ବାହାରେ ରହୁଥିବା ବେଳେ ତାଙ୍କ ପାଖରେ ପତ୍ନୀ, ବୋହୂ ଓ ନାତି ରହୁଥିଲେ। ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ଜୟନ୍ତୀ ଏହି ପ୍ରକାର ନିଷ୍ପତି ନେଇ ମୁଖାଗ୍ନୀ ଦେଇଥିଲେ। ବର୍ତ୍ତମାନ ଜୟନ୍ତୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଶଶୁରଙ୍କ ବିୟୋଗରେ ସାନ୍ତୁନା ଦେଇଛନ୍ତି। ନିରଞ୍ଜନ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ବ୍ୟବସାୟୀ ଭାବେ ପରିଚିତ ଥିବା ବେଳେ ତାଙ୍କ ବିୟୋଗ ଯୋଗୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।(ଗରୁଡ଼ ଧ୍ଵଜ ଚୌଧୁରୀ)