September 26, 2026

ପୁରୀରେ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ କରାଯାଇଛି ..

IMG-20250113-WA0023
Share

ପୁରୀ ସିଟି ରୋଡ଼ ସ୍ଥିତ ନାୟକ ବିଚ ରିସର୍ଟ ସଭାଗୃହରେ ସମାଜସେବୀ ଗିରିଶ ନାୟକଙ୍କ ଅଧକ୍ଷତାରେ ନୂତନ ଓଡିଶାର ହୋଟେଲ ଶିଳ୍ପକୁ ଅତୁଳନୀୟ ଅବଦାନ, ରାଜ୍ୟ ମନ୍ତ୍ରୀମଣ୍ଡଳ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇବା ସହିତ ତିନିଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜଣେ ଦକ୍ଷ ବକ୍ତା ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଦିଲ୍ଲୀପ ରାୟଙ୍କ ଜନ୍ମଦିବସକୁ ମହାଡ଼ମ୍ବର ରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନଙ୍କ ସହିତ କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଫେସର ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରଫେସର ବାଉରୀବନ୍ଧୁ ସାହୁ, ରାଜ୍ୟ ଅଲମ୍ପିକ୍ସ କୋଷାଧକ୍ଷ ରବିଶଙ୍କର ପ୍ରତିହାରୀ, ପ୍ରସନ କୁମାର ମହାପାତ୍ର, ସେବାୟତ ନରସିଂହ ତିଆଡ଼ିଙ୍କ ସହିତ ପୂର୍ବତନ କାଉଁସିଲର ବୁଦ୍ଧିଜୀବୀ ଶତାଧିକ ସଦସ୍ୟ ସଦସ୍ୟା ଏହି ଜନ୍ମଦିନ ରେ ଯୋଗଦାନ କରି ଦିଲ୍ଲୀପଙ୍କ ଦୀର୍ଘାୟୁ କାମନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed