September 26, 2026

ମୋହନା ବ୍ଲକ ର ଡେଙ୍ଗାସଖାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଗ୍ରାମ ମୁଖି ଜନ ଶୁଣାଣି ଶିବିର ଅନୁଷ୍ଠିତ..

IMG-20250113-WA0029
Share

ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗସଖାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ମୋହନା ବ୍ଲକ ଠାରୁ ଚାଳିଶି କିଲୋମିଟର ଦୂର ଦୁର୍ଗମ ପାହାଡ ଘେରା ଅଞ୍ଚଳ ଡେଙ୍ଗସଖାଲ ପଞ୍ଚାୟତ ଅବସ୍ଥିତ। ଏହି ଶିବିର ରେ ଅଞ୍ଚଳ ଶତାଧିକ ବ୍ୟକ୍ତି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ଧରି ଜିଲ୍ଲାପାଳ ଙ୍କ ନିକଟକୁ ଆସିଥିଲେ। ଜିଲ୍ଲାପାଳ ବିଜୟ କୁମାର ଦାସ ଅଭିଯୋଗ ଗୁଡ଼ିକ ଅନୁଧ୍ୟାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କେତକ ଅଭିଯୋଗ ର ସମାଧାନ ତତକାଳ କରିଥିବା ଦେଖିବାକୁ ମିଳିଥିଲା। ଏହି ଶିବିରରେ ବିଡିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଉପସ୍ଥିତ ଥିବା ବେଳେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଥିବା ପ୍ରକାଶ।

You may have missed