May 11, 2026

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀନୁ କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

IMG-20250113-WA0017
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକର ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେଇଥିବା ବେଳେ ସରକାରଙ୍କ ଘୋଷଣା ଅନୁସାରେ ବ୍ରହ୍ମଗିରି ବ୍ଲକରେ ଜଣେହେଲେ ବି କ୍ଷତିଗ୍ରସ୍ତ ଚାଷୀ ନାହାନ୍ତି l ସରକାରଙ୍କ ଘୋଷଣା ଠିକନୁହେଁ ବ୍ରହ୍ମଗିରି ବ୍ଲକରେ ଶତାଧିକ ଚାଷୀ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛନ୍ତି ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ ନ୍ୟାୟ ଦେବାସହିତ ଉଚିତ କ୍ଷତିପୂରଣ ଦାବିରେ ପୁରୀଜିଲ୍ଲା ପ୍ରାକୃତିକ ବିପର୍ଯୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରୀବନ୍ଧୁ ପଲାଇଙ୍କ ଅଧକ୍ଷତାରେ ଆଡଭୋକେଟ ରମାଶଙ୍କର ପାତ୍ର, କମିଟି ର ସଭାପତି ଦେବରାଜ, ସମ୍ପାଦକ ରଘୁନାଥ ସାହୁ, ଯୁଗ୍ମ ଆବାହକ ଅଶୋକ ନନ୍ଦ, ଭୀମସେନ ସ୍ୱାଇଁଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା ଚାଷୀ ଓ ଭୂମିହୀନ ସଦସ୍ୟ ସଦସ୍ୟାମାନେ ସାତଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବ୍ରହ୍ମଗିରି ବ୍ଲକ ତହସିଲଦାରଙ୍କୁ ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ