May 11, 2026

ଆକ୍ସନ ମୋଡରେ ବାଲେଶ୍ଵର ଉପଜିଲ୍ଲାପାଳ ,, ଉପ ଜିଲ୍ଲାପାଳ ଙ୍କ ଆକ୍ସନ ଦେଖି ଛାନିଆ ମାଫିଆ ଗୋଷ୍ଠୀ,

IMG-20250113-WA0015
Share

ଜଳେଶ୍ୱର ( ଦେବାଶିଷ ଦାଶ୍ )

ଆକ୍ସନ ମୋଡ଼ରେ ଉପଜିଲ୍ଲାପାଳ। ସ୍ଥାନୀୟ ପୋଲିସ ବିଫଳ ପରେ ଗ୍ରାଉଣ୍ଡ ଜିରୋରେ ପ୍ରଶାସନର ସ୍ୱତନ୍ତ୍ର ଟିମ।ଜଳେଶ୍ୱରରେ ବଡ ଧରଣର ରେଡ,୧୧ ଗାଡ଼ି ସହ ,୨୧ ଅଟକ। ବେଆଇନ ଲଘୁ ଖଣିଜ ପରିବହନ ବେଳେ ମାଡ଼ି ବସିଲା ଜିଲ୍ଲା ପ୍ରଶାସନ ବିଭାଗ । ବିଳମ୍ବିତ ରାତିରେ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ମହମଦ ନଗର ପାଟଣା ଓ ସେକସରାଇ ଅଞ୍ଚଳରେ ଚଢ଼ାଉ କରିଥିଲେ ,

ସୂଚନା ଅନୁଯାଇ ଗତ ୫ ତାରିଖ ଦିନ ସୁବର୍ଣ୍ଣରେଖା ନଦୀରୁ କିଛି ବାଲି ମାଫିଆ ବାଲି ଉତ୍ତଳୋନ କରୁଥିବା ବେଳେ ଜଳେଶ୍ୱର ମୁନିସିପାଲିଟିର ୨ ନମ୍ବର କାଉଁସିଲର ଏହାକୁ ପ୍ରତିବାଦ କରିଥିଲେ। ଯାହା ଫଳରେ ଉକ୍ତ ଯୁବକଙ୍କୁ ମାଫିଆ ମାନେ ଆକ୍ରମଣ କରିଥିଲେ। ଏଭଳି ଘଟଣାକୁ ନେଇ ମୁନ୍ସିପାଲଟି ଚେୟାରମ୍ୟାନ ସହ କାଉନସିଲର ମାନେ ଏକ ଲିଖିତ ଅଭିଯୋଗ ନେଇ ଜିଲାପାଳଙ୍କ ଠାରେ ପହଁଛିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳଙ୍କ ଏକ ଟିମ ଗତକାଲି ବିଳମ୍ବିତ ରାତିରେ ଚାଢ଼ାଉ କରିଥିଲେ । ଏଥିରେ ହାଇୱା ୯ , ଟ୍ରାକ୍ଟର ୧ ଓ ଜେ ସି ବି ୧ ଜବତ କରି ଜଳେଶ୍ୱର ପୋଲିସ କୁ ହସ୍ତାନ୍ତର କରିଛନ୍ତି ।