May 19, 2024

ମୋହନା ମୋଉତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କମ୍ପିଲା ଅଞ୍ଚଳ

Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ଅନୁଷ୍ଠିତ ହେଉଥିବା ମୋହନା ମୋଉତ୍ସବରେଆଜି ଦ୍ୱିତୀୟ ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର ଲୁକାୟିତ ପ୍ରତିଭା ଗୁଡିକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡିଛି।ଆଜି ଦ୍ୱିତୀୟ ସନ୍ଧ୍ୟା ରେ ବିଡ଼ିଓ ତପସ୍ୱିନୀ ହଂସଦା ଉପସ୍ଥିତ ଅତିଥି ଏବଂ ଦର୍ଶକଙ୍କୁ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ।ଏହା ପରେ ବିଡ଼ିଓ ଏହି ଉତ୍ସବରେ ପୂର୍ଣ ସହଯୋଗ ଦେଇ ଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଉତ୍ସବରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଆର. ଉଦୟଗିରି ଉପ-ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ନାୟକ, ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବକୁ ଉପଭୋଗ କରିଥିଲେ।ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅଞ୍ଚଳରେ ରହୁଥିବା ତିବତୀୟନ ମହିଳା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ଦର୍ଶକଙ୍କୁ ଉତ୍ସାଇତ କରିଥିଲେ।ବିଶେଷ କରି ଏହି ଅଞ୍ଚଳର ଲୋକକଳା ବହୁ ଭାବରେ ପଦର୍ଶିତ ହୋଇଥିଲା।

ମୋହନା ରୁ ଗଣେଷ ବିଶୋଇଙ୍କ ରିପୋର୍ଟ।