June 16, 2026

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ

WhatsApp Image 2023-01-13 at 17.25.47
Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୌଡ଼ଗାଁ ଖେଳ ପଡିଆ ଠାରେ ଗତକାଲି ବୀରମହାରାଜପୁର ନିର୍ବାଚମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର,ଜିଲ୍ଲା ସଭାପତି ସରୋଜ କମ୍ପ, ଜିଲ୍ଲା ଉପ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି, ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ,ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତି ଲୁହା, ଉପାଧ୍ୟାକ୍ଷ ନାରାୟଣ ଲୁହା,ଜିଲ୍ଲା ପରିଷଦ ସଭ୍ୟ ବିଜୟଲକ୍ଷ୍ମୀ ତରାଇ, ଜାଲୋଏ ସରପଞ୍ଚ ନିବେଦିତା ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉତ୍ତର କୁମାର ପତ୍ର ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ଭୁକ୍ତା ପରିଚାଳନା କରିଥିବାବେଳେ ବିହାରିଲାଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ 38ଜଣ ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିଲେ l

You may have missed