ବାବେବିରା ଗ୍ରାମର ବରିଷ୍ଠ ଭାଗବତ ପ୍ରେମୀ ଧନପତି ଗରିଆଙ୍କ ପରଲୋକ
*ବରଗଡ଼, ତା ୧୨/୧୧ (ସୁରେନ୍ଦ୍ର କଠାର):* ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧୀନ ବାବେବିରା ଗ୍ରାମର ବରିଷ୍ଠ ଭାଗବତ ପ୍ରେମୀ ଧନପତି ଗରିଆ (୮୪) ଙ୍କ ପରଲୋକ ହୋଇଯାଇଛି।
ସେ ଜଣେ ଆଦର୍ଶ ଚାଷୀ ଓ ପରିଶ୍ରମୀ ବ୍ୟକ୍ତି ଥିଲେ। ସରଳ ଓ ନିଷ୍କପଟ ବ୍ୟକ୍ତିତ୍ଵ ପାଇଁ ଗ୍ରାମରେ ସେ ସମସ୍ତଙ୍କ ପ୍ରିୟ ଥିଲେ। ଶେଷ ପର୍ଯ୍ୟନ୍ତ ନିଜ କାମ ନିଜେ କରୁଥିଲେ।
ତାଙ୍କ ବିୟୋଗରେ ବାବେବିରା ଗ୍ରାମ ଜଣେ ପରିଶ୍ରମୀ ଓ ଆଦର୍ଶ ବ୍ୟକ୍ତିଙ୍କୁ ହରାଇଲା। ବ୍ଲକ ଯାଦବ ସମାଜ ଓ ଜୟନ୍ତୀ ଯୁବକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।
