ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକଙ୍କ ଗୁଣପୁର ଗସ୍ତ, ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ..

ଗୁଣପୁର(ସୁରେନ୍ଦ୍ର ମହାନ୍ତି) ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଗୁଣପୁର ଗସ୍ତ କରିଥିଲେ।ଏହି ଗସ୍ତ ସମୟରେ ଗୁଣପୁରସ୍ଥ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ।ପାଠାଗାରରେ ଗଛିତ ଥିବା ବହି,ଖବର କାଗଜ,ସଭ୍ୟ ସଭ୍ୟାଙ୍କ ସଦସ୍ୟତା ଆଦି ଯାଞ୍ଚ କରିଥିଲେ।ପାଠାଗାରର ସଜସଜ୍ଜା,ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଯୁବ ବର୍ଗଙ୍କୁ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଦେଖି ଉପ ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଥିଲେ।ପ୍ରତିଦିନ ପାଠାଗାରକୁ ଆସୁଥିବା ପାଠକ ଓ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି କରୁଥିବା ଯୁବ ସମାଜ ପାଠାଗାରକୁ ଆସି ପ୍ରସ୍ତୁତି ଚଲାଇବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି (ନେଟ,ଏସି) ପ୍ରସ୍ତୁତ କରିବା ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଉପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଗୁଣପୁରର ସାମ୍ବାଦିକ ପ୍ରମୁଖ ସାକ୍ଷାତ କରି ପାଠାଗାର ନିକଟରେ ସଭାଗୃହ ତିଆରି କରିବା,ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା,ଆଦି ଉପରେ ଆଲୋଚନା କରିଥିଲେ। ପରେ ଉପ ନିର୍ଦ୍ଦେଶକ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ସହ ସାକ୍ଷାତ କରି ସୂଚନା କେନ୍ଦ୍ରର ଆବଶ୍ୟକ ଦସ୍ତାବିଜ ନିମନ୍ତେ ଅନୁରୋଧ କରିଥିଲେ।ଉପ ନର୍ଦ୍ଦେଶକଙ୍କ ଗସ୍ତ ସମୟରେ ରାୟଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା,ରାୟଗଡ଼ ସୂଚନା କେନ୍ଦ୍ର ଗ୍ରନ୍ଥାଗାରିକ ଡ଼ମ୍ବରୁଧର ପଣ୍ଡା,ଅନନ୍ତ ପାତ୍ର,ସୋମନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
