November 13, 2026
ajiro khabar
Share

 

ସବୁ ବିଭାଗର ସଚିବସ୍ତରୀୟ ବୈଠକରେ ୨୦୨୬-୨୭ ବଜେଟ୍ ଖର୍ଚ୍ଚ, ରାଜସ୍ୱ ଆଦାୟ ଓ ୨୦୨୭-୨୮ ବଜେଟ୍ ପ୍ରସ୍ତୁତି ସମୀକ୍ଷା ହୋଇଛି।

 

ଯୁକ୍ତ୨ ଫର୍ମ ପୂରଣ ଅବଧି ୧୪ ନଭେମ୍ବର ଯାଏଁ ବଢ଼ିଲା।

 

ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ପ୍ରଭାବିତଙ୍କୁ ମିଳିବ ୨୫୦୦ ଟଙ୍କା ଓ ୫୦ କେଜି ଚାଉଳ।

 

ଦେଶରେ ପଞ୍ଚମ ମହଙ୍ଗା ବଜାର ଭାବେ ଉଭା ହୋଇଛି ଓଡ଼ିଶା। ରାଜ୍ୟର ଖୁଚୁରା ମୁଦ୍ରାସ୍ପୀତି ହାର ୭.୧୭%

 

ସରକାରୀ ବିଦ୍ୟାଳୟରେ ୫୦୦ ରୋବୋଟିକ୍ସ ଲ୍ୟାବ୍, ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

 

ଓଡ଼ିଶା ସ୍କିଲ୍ସ ୨୦୨୬–୨୭ ପ୍ରତିଯୋଗିତା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ରାଜ୍ୟସ୍ତରୀୟ ସ୍କିଲ୍ କମିଟି। ନଭେମ୍ବର ୨୮ରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

 

ଏଇ ବର୍ଷ ତୃତୀୟ ଥର ପାଇଁ ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର। ମେ’ ୧୫ ଓ ଜୁନ୍ ୨ରେ ବଢିଥିଲା

 

ରାଜ୍ୟରେ ଆୟୁଷ୍ମାନ କାର୍ଡଧାରୀଙ୍କୁ ଘରୋଇ ହସ୍ପିଟାଲରେ ବିନା ନଗଦ ଟଙ୍କାରେ ଆଇସିୟୁ ମିଳୁନାହିଁ।

 

ମହାନଦୀ ଉପତ୍ୟକାକୁ ଭୂକମ୍ପ ବିପଦ, ଭୁବନେଶ୍ବରର ପୂର୍ବ ଅଞ୍ଚଳ ଅଧିକ ସମ୍ବେଦନଶୀଳ।

 

ଗଞ୍ଜାମ ଗୋପାଳପୁରରେ ପିପିପି ମୋଡ୍‌ରେ ୧,୦୦୦ କୋଟି ଟଙ୍କାରେ ପ୍ରଥମ ସମୁଦ୍ରଜଳ ଲବଣ ମୁକ୍ତକରଣ ପ୍ରକଳ୍ପ ନିର୍ମାଣ ହେବ।

 

ବନ୍ୟାରେ ବ୍ରହ୍ମପୁର ଜାନିଭିଲି ଆନିକଟ ଆବଟମେଣ୍ଟ୍‌ ଓ ଆପ୍ରନ କ୍ଷତିଗ୍ରସ୍ତ, ମରାମତି କାମ କରିବ ଓଡ଼ିଶା ନିର୍ମାଣ ନିଗମ

 

୨୫ ଜିଲ୍ଲାରେ ୨୫ କୋଟି ଟଙ୍କା ବ୍ୟୟରେ ୬୮ଟି ପଥପାର୍ଶ୍ୱ ସୁବିଧା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।

 

ନେତାଜୀ ସୁଭାଷ ବୋଷଙ୍କ ସ୍ମୃତିରକ୍ଷା ପାଇଁ ସଂରକ୍ଷିତ ରେଭେନ୍ସା କଲିଜିଏଟ୍‌ ସ୍କୁଲ ଛାତ୍ରାବାସ ‘ପ୍ରକୋଷ୍ଠ-୧୧’ ପାଲଟିଛି ରୋଷେଇଶାଳ।

 

ରାଉରକେଲାରେ ୧୧.୮୬ କୋଟିରେ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ।

 

ନୟାଗଡ଼ ଜିଲ୍ଲାରେ ୧୦୭ ଗାଁକୁ ରାସ୍ତା ନାହିଁ, ବିଜୁଳି ଦେଖି ନାହାନ୍ତି ୨୨୯ ଗାଁ

 

ଅନୁଗୁଳ ନାଲ୍‌କୋ ସିପିପିରେ ଉତ୍କଟ କୋଇଲା ସଙ୍କଟ, ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା।

 

ଭଦ୍ରକର ଗଦି–ପଞ୍ଚୁଟିକିରି ରାସ୍ତା ନିର୍ମାଣର ଆର୍‌ଟିଆଇ ତଥ୍ୟ ଦେବାରେ ବିଳମ୍ବ ପାଇଁ ପୂର୍ତ୍ତ ବିଭାଗକୁ ତାଗିଦ୍‌। ୨୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ।

 

ବାଲେଶ୍ବର ଜିଲ୍ଳାରେ ୨୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ତିନିବର୍ଷ ହେଲା ମଞ୍ଜୁରୀ, କିନ୍ତୁ ଏପର୍ଯ୍ୟନ୍ତ ତିଆରି ହୋଇ ପାରିନାହିଁ।

 

ବାଲେଶ୍ବରରେ ବନ୍ଦ ପଡ଼ିଥିବା ପଥର ଖାଦାନରୁ ଲଘୁଖଣିଜ ମହାଲୁଟ୍‌, ରୟାଲଟି ଅପେକ୍ଷା ଜରିମାନା ଆଦାୟ ଅଧିକ।

 

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ପଥର କୁଆଁରୀ-କ୍ରସର ପାଇଁ ପ୍ରଦୂଷଣ ଓ ଜୀବନ ଅସ୍ତବ୍ୟସ୍ତ। ଅନୁମତି ବାତିଲ୍ ପାଇଁ ଦାବି।

 

ମୟୁରଭଞ୍ଜ ଶୁକ୍ରୁଳିରେ କଳାଗୁଣ୍ଡରେ ପରିବେଶ ଦୂଷିତ, ତାରିଣୀ ଷ୍ଟିଲପ୍ଲାଣ୍ଟକୁ ଆଖି ବୁଜି ଦେଇଛି ପ୍ରଦୂଷଣ ବୋର୍ଡ।

 

ରାୟଗଡା ଜିଲ୍ଲା ସୀମାନ୍ତ କେରଡା ପଞ୍ଚାୟତର ବାସିନ୍ଦା ମୌଳିକ ସୁବିଧା ଦାବୀ କରି ଓଡିଶା ଆନ୍ଧ୍ର ରାସ୍ତା ଅବରୋଧ କଲେ

 

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲରେ ୨ ନାବାଳକଙ୍କ ସମେତ ୨୩ ଶ୍ରମିକ ଉଦ୍ଧାର, ୫ ଦଲାଲ ଓ ସର୍ଦ୍ଦାର ଗିରଫ।

 

ସମ୍ବଲପୁରରୁ ବରଗଡ଼କୁ ଚାଲାଣ ହେଉଥିବାବେଳେ ବିପୁଳ କୋରେକ୍ସ ଏବଂ ନିଶା ଟାବଲେଟ ଜବତ।

 

କେନ୍ଦ୍ରାପଡା ଡେରାବିଶିରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୩.୦୩ କୋଟି ଟଙ୍କା ହଡ଼ପ ମାମଲା, ବରିଷ୍ଠ ରାଜସ୍ୱ ସହାୟକ ଗିରଫ।

 

ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ।

 

ସୁନ୍ଦରଗଡ ଇବନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ।

 

🇳🇪

ଶୀତ ଋତୁ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ମନ୍ଦିରର କବାଟ।

 

ପଞ୍ଜାବ ବଠିଣ୍ଡାରେ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷଣ, ଏକ୍ୟୁଆଇ ୧୦୪୮

 

କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ, ୭ କୋଟି ଟଙ୍କା ଦାବି।

 

ଜାତୀୟ ପରୀକ୍ଷା ସଂସ୍ଥା ଦ୍ୱାରା ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ଅବସରପ୍ରାପ୍ତ ସେନା ଓ ଅର୍ଦ୍ଧସାମରିକ ଅଧିକାରୀ

 

ତିନିଦିନରେ ସୁନା ୪୮୦୦ ଟଙ୍କା କମିଲା।

 

ନେପାଳରେ ୭୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ଗାଡ଼ି, ୧୦ ମୃତ, ୫ ଆହତ।

 

ଆଫଗାନିସ୍ତାନ ଓ ଇରାନର ଲୋକଙ୍କୁ ପାକିସ୍ତାନ ଦେଇ ନିଜ ଦେଶକୁ ପଠାଇବାକୁ ଆମେରିକାର ଯୋଜନା।

 

ବାଂଲାଦେଶରେ ବୋମା ବିସ୍ଫୋରଣ, ରାସ୍ତା ଅବରୋଧ ଓ ପୋଡ଼ାଜଳା। ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଅଶାନ୍ତି।

 

🚴🏼‍♀️⚽🏏

ନେହରୁ କନିଷ୍ଠ ହକି ପ୍ରତିଯୋଗିତାରେ ଏଚ୍‌ପିସିର ୧୭ ବର୍ଷରୁ କମ୍‌ ଦଳ ବିଜେତା ହୋଇଛି।

 

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ, ଫାଇନାଲରେ ପାକିସ୍ତାନକୁ ଭେଟିବ

 

ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ୍‌: ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ।

 

ଆଜି ନ୍ୟୁଜିଲାଣ୍ଡ ସହ ଚତୁର୍ଥ ଦିନିକିଆ କ୍ରିକେଟ, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ।

 

*ଗତବର୍ଷ ଏଇ ସମୟରେ*

ପୁରୁଣା କବଲା ଓ ଜମିଜମା ରେକର୍ଡ ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା ଦିଆ ଯାଇଥିଲା

 

ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର) ପଦ ପାଇଁ ହୋଇଥିବା ଲିଖିତ ପରୀକ୍ଷାକୁ ବାତିଲ କରାଯାଇଥିଲା।

 

କୋରାପୁଟ କୋଟିଆରେ ଆନ୍ଧ୍ର ଅଧିକାରୀ ପଶି ବିରସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ପାଳନ କରିଥିଲେ।

 

ଆମେରିକାର ଧମକରେ ଡରି, ରୁଷ୍‌ରୁ ଶସ୍ତାରେ ତେଲ କିଣା ବନ୍ଦ କରିଥିଲା ଭାରତ।

====================

ଆଜି ବିଶ୍ୱ ଉଦାରତା ଦିବସ

ଜାତୀୟ ପୁଡିଙ୍ଗ ଦିବସ

 

ଆଜି ଜନ୍ମଦିନ: ମହାରାଜା ରଣଜିତ ସିଂହ, ଜୁହି ଚାଓଲା, ଅମ୍ବିକା ସୋନି, ପ୍ରିୟରଞ୍ଜନ ଦାସମୁନସୀ, ମାୟାଧର ମାନସିଂହ

 

ଇତିହାସରେ ଆଜି: (୧୯୨୩) ଇସ୍ତାନବୁଲ ହେଲା ତୁର୍କୀର ନୂଆ ରାଜଧାନୀ/ (୧୯୪୩) ଜର୍ମାନୀ ମିତ୍ର ଦେଶ ଉପରେ ଇଟାଲୀର ଆକ୍ରମଣ/ (୧୯୯୭) ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି ହେଲେ ସୂଚନା ଆଇନ ପରିସରଭୁକ୍ତ/ (୨୦୧୫) ପ୍ୟାରିସରେ ଆତଙ୍କୀ ଆକ୍ରମଣରେ ୧୩୦ ମୃତ/ (୧୯୮୫) କଲମ୍ବିଆ ଆଗ୍ନେୟଗିରି ଫାଟି ୨୩,୦୦୦ ମୃତ/ (୧୮୩୩) ଉତ୍ତର ଆମେରିକାରେ ନଅ ଘଣ୍ଟାରେ ୨,୪୦,୦୦୦ ଧୂମକେତୁ ପଡିଲା

=====================================