June 21, 2026

ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ:ବଡ଼ ଏକାଦଶୀ ତିଥିରେ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ।

IMG-20241112-WA0048
Share

 

ବେଲଗୁଣ୍ଠା-୧୨/୧୧- ଚାଲିଛି ପୁଣ୍ୟର ମାସ ପବିତ୍ର କାର୍ତ୍ତିକ ।ମାସ ତମାମ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ କାର୍ତ୍ତିକକୁ ସାତ୍ତ୍ୱିକ ଭାବେ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ତଥା ପଞ୍ଚୁକର ଉପସ୍ଥିତି ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦ୍ୱଇଗୁଣିତ କରିଥାଏ ।ଆଜି ଥିଲା ପବିତ୍ର ବଡ଼ ଏକାଦଶୀ ତଥା ହରି ଉତ୍ଥାପନ ଏକାଦଶୀ ।ଏହି ଅବସରରେ ଗଞ୍ଜାମର ଅନ୍ୟତମ ମନ୍ଦିରମାଳିନୀ ସହର ବେଲଗୁଣ୍ଠାର ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।ସହରର ବାଲୁଙ୍କେଶ୍ୱର ମନ୍ଦିର,ବାଲିଡି ସାହି ଓ ବଡ଼ଦାଣ୍ଡ ସାହି ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ନୃସିଂହ ପୀଠରେ ସୁର୍ଯୋଦୟ ପୁର୍ବରୁ ଦର୍ଶନ ଆରମ୍ଭ ହୋଇ

ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣଙ୍କ ବେଶ ଅତି ମନଲୋଭା ଥିବା ବେଳେ ଶ୍ରଦ୍ଧାଳୁମାନେ କରୁଣାମୟଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ ।ହରେ କୃଷ୍ଣ ହରେ ରାମ ନାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ମହା କାର୍ତ୍ତିକ ଅବସରରେ ବିଭିନ୍ନ ମନ୍ଦିରରେ ମଧ୍ୟ ସାତ୍ତ୍ୱିକ ଭୋଜନର ଆୟୋଜନ କରାଯାଇଥିଲା ।ବିଶେଷ କରି ସଂଧ୍ୟା ଆରତୀ ସମୟରେ ଭକ୍ତମାନଙ୍କର ପ୍ରବଳ ଭିଡ ଲକ୍ଷ୍ୟ କରାଯାଇଥିଲା । ମହିଳାଙ୍କ ହୁଳହୁଳି ଶବ୍ଦରେ ଦେବାଳୟ ଗୁଡିକରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା ।ମନ୍ଦିର ପରିଚାଳନା କମିଟି ଗୁଡିକ ତରଫରୁ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିଲା ।

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ