October 12, 2026

ବୁର୍ଦାରେ ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ  ଉଦ୍‌ଘାଟନୀ ମ୍ୟାଚ୍‌ରେ ପଡ଼ିଆବାହାଲକୁ ହରାଇ ବୁଦେଲପାଲି ବିଜୟୀ

IMG-20261012-WA0040
Share

 

 

ସମ୍ବଲପୁର, ୧୨।୧୦: ସମ୍ବଲପୁର ଜିଲ୍ଲା ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁର୍ଦା ଖେଳପଡ଼ିଆରେ ଚେତନା କ୍ଲବ୍ ଆନୁକୂଲ୍ୟରେ ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି।ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ବୁଦେଲପାଲି ଓ ପଡ଼ିଆବାହାଲ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ବୁଦେଲପାଲି ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଅଗ୍ରସର ହୋଇଥିଲା।ଉଦ୍‌ଘାଟନୀ ଉତ୍ସବରେ ଯୁବନେତା ବରୁଣ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଛାମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ଭୋଇ ଏବଂ ନାଏବ ସରପଞ୍ଚ ଭାରତ ଠେଲା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

 

କ୍ଲବ୍‌ର ସଭାପତି ସରୋଜ ପ୍ରଧାନଙ୍କ ସମେତ ତେଜରାମ ଭୋଇ, ସୁନୀଲ ପ୍ରଧାନ, ସୁମନ୍ତ ସାହୁ, ବଣ୍ଟି ସାହୁ, ସରୋଜ ଓରାମ ଓ ମହେଶ ସାହୁ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।ମ୍ୟାଚ୍‌ଗୁଡ଼ିକୁ ଦେବ ସିନ୍ଦୁରିଆ, କର୍ଣ୍ଣ ବେହେରା, ଲକ୍ଷ୍ମଣ ନାୟକ ଏବଂ ନାଇଜେରିଆର ଆଲ୍‌ବିନୋ ନାଏଲୋ ରେଫରି ଭାବେ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ଫୁଟବଲ୍ ଖେଳାଳିଙ୍କୁ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ା ମନୋଭାବ ଓ ଭାଇଚାରା ବୃଦ୍ଧି କରିବାରେ ସହାୟକ ହେବ।

You may have missed