October 12, 2026

ଗଜପତି:- ଗାନ୍ଧୀ ସ୍ମୁତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-୨୦୦୩ ବ୍ୟାଚ ୭ମ ଶ୍ରେଣୀ ପାସ-ଆଉଟ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

IMG-20261012-WA0030
Share

 

ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ୨୦୦୩ ମସିହାରେ ବିଦ୍ୟାଳୟରୁ ପାସ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଆର:ଆର ଫଙ୍କସନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମଟି ସମ୍ପୃକ୍ତ ବ୍ୟାଚ’ର୍ ସନ୍ତୋଷ କୁମାର ପଣ୍ଡା ଏବଂ ପାର୍ଥରାଜ୍ ପାଳ ଙ୍କ ଆୟୋଜକରେ ଅନୁଷ୍ଠିତ ହୋଇଥିଲା ।

, ଅତୀତରେ ୭ ବର୍ଷ ଧରି ଗୋଟିଏ ସ୍କୁଲ ଓ ଶ୍ରେଣୀରେ ପାଠ ପଢିଥିବା ଏବଂ ପୁଣି ଦୀର୍ଘ ୨୩ ବର୍ଷ ପରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠି ହୋଇ ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ମାହୋଲ ସୃଷ୍ଟି ହୋଇଥିଲା।

ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଅତୀତର ସେହି ପାଠପଢ଼ା ଜୀବନର ଅନେକ ସ୍ମୃତିକୁ ପରସ୍ପର ମଧ୍ୟରେ ସାଉଣ୍ଟିବା ସହ କ୍ଲାସ-ମେଟ ବନ୍ଧୁତା କୁ ସବୁଦିନ ପାଇଁ ସମ୍ପୂର୍ଣ୍ଣ ଭାବେ ସୁଦୃଢ କରିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଗାନ୍ଧୀ ସ୍ମୃତି ବିଦ୍ୟାଳୟରେ ସେହି ୨୦୦୩ ମସିହା ସମୟରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପାଠ ପଢ଼ିବା ବ୍ୟବସ୍ଥା ଥିଲା । ପାଠ ପଢ଼ିବା ସମୟର ଅନେକ କଥା ସବୁକୁ ମନେ ପକାଇ ଅତ୍ୟନ୍ତ ଖୁସି ହେବା ସହ ଭାବ ବିହ୍ବଳ ମଧ୍ୟ ହୋଇ ପଡୁଥିଲେ ।

ସେ ଯାହାହେଉ ,ଦୀର୍ଘବର୍ଷ ପରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବାର ସୁଯୋଗ ପ୍ରଥମ ଥର ପାଇଁ ହୋଇଥିଲେ ମଧ୍ୟ ଆସନ୍ତା ଡିସେମ୍ବର ମାସରେ ଏହି ୨୦୦୩ ବ୍ୟାଚର୍ ସମସ୍ତଙ୍କୁ ନେଇ ସପରିବାର ସହ ପୁଣି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅବଦୁଲ ଅଜୀମ ଆଲିୟତ ଜସ୍ମିନ୍ ଶେଖ ଓ ନାଗେଶ୍ୱର ମହାପାତ୍ରଙ୍କ ସମେତ ସଞ୍ଜୁ, ସୁଜାତା, ସଲମାନ୍ ଖାନ୍, ଆପଟ, ସିଲୁ, ରାଧାକାନ୍ତ, ସିଦ୍ଧୁ, ରାଜେଶ, ଶିବା, ପାପଲା, ଟୁନା ଓ ରଞ୍ଜୁଙ୍କ ସମେତ ବହୁ ସହପାଠୀ ଏକାଠି ହୋଇଥିଲେ ।

—————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–

You may have missed